କାଳିଆ ଠାକୁର
କାଳିଆ ଠାକୁର


ତୁମେ ବଡ଼ ରସିକିଆ ,ରସିକ ନାଗର ଜଗତ ଠାକୁର ,
କେତେ ରଙ୍ଗରେ ତୁମ ରଙ୍ଗ ଦେଖାଅ,ଏହି ଦୁନିଆରେ |
ତୁମ ମାୟା ସତେ ତୁମକୁ ଜଣା,ଆମକୁ ଅଗୋଚର ,
ସବୁ ଦେଖୁଥାଅ, ସବୁ କରାଅ,ତୁମେ ଜଗତ ଈଶ୍ୱର |
ରାମ ଅବତାର ହୋଇ ,ନାସିଲ ସଭିଙ୍କ ଗର୍ବ ଅହଙ୍କାର,
ସୁଶାସନ ଦେଇ ତୁମେ ପାଠ ପଢାଇଲ,ରାମ ରାଜ୍ୟର |
ଶୁଣିଲ ତୁମେ ସଭିଙ୍କର ଦୁଃଖ ,ନିଜ କର୍ତ୍ତବ୍ୟ କରିଲ ,
ସତ୍ୟ ରକ୍ଷା ପାଇଁ ତୁମେ ,ସିଂହାସନ ତ୍ୟାଗ କଲ |
କୃଷ୍ଣ ହୋଇ ତୁମେ ଗୋପପୁରେ ରହି ନାଟ ରଚିଲ ,
ଜିପିଙ୍କୁ ସାଙ୍ଗରେ ରାସଲୀଳା କରି ,ଗାଈ ଗୋଠ ସମ୍ଭାଳିଲ |
ବିନା ଅସ୍ତ୍ର ଧରି ତୁମେ ,ମହାଭାରତରେ ସାରଥୀ ସାଜିଲ,
ଅଧର୍ମକୁ ନାଶି ,ଏହି ଧରାପୃଷ୍ଠେ ,ତୁମେ ଧର୍ମକୁ ସ୍ଥାପିଲ |
ସେତିକିରେ ତୁମ ଲୀଳା ଶେଷ ନହୋଇଲା ,ଦାରୁମୁର୍ତ୍ତି ସାଜିଲ ,
କଳିଜୁଗେ ତୁମେ ଜଗନ୍ନାଥ ହୋଇ ମନ୍ଦିର ପୂଜା ପାଇଲ |
ତୁମ ନାମ ଧରି କେତେ କେତେ ପାପୀ ତର
ିଗଲେ ,
ଉଦ୍ଧରିଲ ତାଙ୍କୁ ତୁମେ ,ସଂସାରୁ ସଭିଏଁ ମୁକ୍ତି ପାଇଲେ |
ଏତେ ଶୁଣି ସବୁ ,ବଡ଼ ଆକୁଳରେ ମିନତୀ କରିଲି ,
କେତେ ପୂଜା କରି ଭକ୍ତିରେ ,ତୁମକୁ କାନ୍ଦି ଡାକିଲି |
ଏତେ ବଡ଼ ଆଖିରେ ସବୁ ଦେଖୁଅଛ ମନ୍ଦିରରେ ବସି ,
ଛପନ ଭୋଗକୁ ସବୁ ଖାଉଛ ,କରୁନ କିଛି ବାସି |
ମୁଁ ଜଣେ ଦୁଖୀ ,ତୁମଠାରେ କେତେ ନେହୁରା ହେଲି ,
ଭାବିଲି ,ତୁମ କରୁଣାରୁ କିଛି ଟିକେ ପାଇବି ବୋଲି |
କିନ୍ତୁ ,ତୁମେ ସାଜିଲ ସତେ ଅନ୍ଧ ମୁକ ବଧିର ,
କାହିଁକି କୁହ ଏବେ ତୁମକୁ ପୂଜିବି କାଳିଆ ଠାକୁର ?
କାଳିଆ ଠାକୁର ବୋଲି ,ଜଗତରେ ପଡିଛି ତୁମ ହୁରି ,
ଆଉ ଯିବିନାହିଁ ତୁମ ମନ୍ଦିରକୁ ଲାଗିବ ଯେବେବି ଡୋରି |
କୁହ ତୁମେ ଆହେ କାଳିଆ ଠାକୁର ଠାରେ ଭାବି ,
କାହିଁକି ଏତେସରି କଲ ମୋତେ ?ମରୁଛି ରାଗି ରାଗି |
ମଣୁଛି ଗୋଟିଏ ଛାର ମଣିଷ ମୁହିଁ ,ଭକ୍ତ ତୁମର ,
ଏବେ ଅଭିମାନୀ ଭକ୍ତ ହେଲି ,ଦେଖ କାଳିଆ ଠାକୁର |