ହେ ଶ୍ରାବଣ ତୁମେ ଫେରିଯାଅ !
ହେ ଶ୍ରାବଣ ତୁମେ ଫେରିଯାଅ !
ହେ ଶ୍ରାବଣ ତୁମେ ଫେରି ଯା
ଫରିଯାଅ ତୁମେ ଶାବଣ କନ୍ୟା ଗୋ
ଆଉ ଆସ ନାହିଁ ଆସ ନାହିଁ
ତୁମରି ଛୁଆଁରେ ଲାଗୁଛି ନିଆଁ ଗୋ
ବରଷାର ଚିହ୍ନ ବର୍ଣ୍ଣ ନାହିଁ ।
ବାଦଲ ଭାବୁଛି ମେଘର କୋଳରେ
ମୁହଁ ଲୁଚାଇଛି ଜହ୍ନ ତାରା
ସାଗର ଡାକୁଛି ହାତ ଠାରି ଖାଲି
ଚୋରାବାଲି ଯାର ଦେହ ସାରା |
କେଡେ ସରଧାରେ ଆସି ଖେଳୁଥିଲ
ହସୁଥିଲ ମୋର ଅଗଣାରେ
ଆଜି କାହିଁ ତୁମେ ବଦଳି ଗଲ ଗୋ
ମୁହଁ ଫେରେଇଲ ଅଜଣାରେ ।
ମୌସୁମୀ ନଆଁରେ ତୁମେ ମୋର ହେଲ
କେତେ ଗପ କେତେ କଥା ହେଲେ
ବିକ୍ଷିପ୍ତ ବିଲୁପ୍ତ ତୁମେ ଆଜି କିଆଁ
ଥରେ ମୁହଁ ଖୋଲି କୁହ ହେଲେ ।
ତୁମକୁ ଡାକିଲି ତୁମେ ଧରା ଦେଲ
ସାଥ୍ହେଲ ମୋର ବନ୍ଧୁ ହେଲ
ଠିକଣା ସମୟେ ଫାଙ୍କି ଦେଇ ତୁମେ
କାହିଁ କେଉଁ ଆଡେ ଚାଲିଗଲ ।
