Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Pandey

Classics Inspirational Others

4.0  

Niranjan Pandey

Classics Inspirational Others

କେମିତି

କେମିତି

1 min
360


ଶବ୍ଦଟିଏ ନିଃଶବ୍ଦରେ

ପ୍ରକାଶିବ କେମିତି,

ନୀରବରେ ସ୍ଥିର ହୋଇ

ଦର୍ଶନ ଏ କେମିତି !

ଚିତ୍ରଟିଏ ସରାଗରେ

ଆଙ୍କିଦିଅ କେମିତି,

ନେତ୍ରହୀନ ଦୃଷ୍ଟି ପଥେ

ଉଭା ହୁଅ କେମିତି !

ଚିତ୍ତ ହରି ଶିକ୍ତ କର

ଭକ୍ତି ଦିଅ କେମିତି,

ବୁଦ୍ଧି ହୋଇ ସିଦ୍ଧି ଦିଅ

ପଥ ଦିଅ କେମିତି !

ମନ୍ତ୍ର ହୋଇ ମୁଗ୍ଧ କର

ଶକ୍ତି ଦିଅ କେମିତି,

ମନ ଭରି ତ୍ୟାଗକରି

ତୃପ୍ତି ଦିଅ କେମିତି !

ସୃଷ୍ଟି କରି ସ୍ରଷ୍ଟା ହୁଅ

କଷ୍ଟ ହର କେମିତି,

ଦୃଷ୍ଟିଦେଇ ଦର୍ଶନର

ଦ୍ରଷ୍ଟା ହୁଅ କେମିତି !

ଶିଷ୍ଟ ହୋଇ ମିଷ୍ଟଭାଷେ

ମନ ନିଅ କେମିତି,

ରିଷ୍ଟ ହର କ୍ଳେଶ ହର

ଦୂଷ୍ଟ ହର କେମିତି !

ଅରୂପର ରୂପ ତୁମେ

ତୃପ୍ତ ହୁଅ କେମିତି ?

ଯୁକ୍ତ ହୋଇ ସୁପ୍ତ ରୁହ

ମୁକ୍ତି ଦିଅ କେମିତି ?


Rate this content
Log in

Similar oriya poem from Classics