ହଜିଗଲା
ହଜିଗଲା
ଶିକ୍ଷା ରୁ ଚରିତ୍ର
କର୍ମ ଅପବିତ୍ର
ସମାଜ ର ହିତ ହଜିଗଲା
ଉଚ୍ଚ ଶିକ୍ଷା ନେଇ
ବଡ଼ ପଦ ପାଇ
ମାନବତା କାଇଁ ହଜିଗଲା ।
ସ୍ବାଭିମାନୀ ହୋଇ
ଶାଗପେଜ ପିଇ
ଆନନ୍ଦେ ଚଳିବା ହଜିଗଲା
ଦରମା ଗୋଟେଇ
ଉପୁରି କମେଇ
ଆହୁରି ନିଅଣ୍ଟ ରହିଗଲା ।
ପରିବାର ପାଇଁ
ରାତିଦିନ ଧାଇଁ
ସପନର ଘର ଗଢ଼ି ଥିଲା
ବାପା କୁ ଦୂରେଇ
ମାଆ କୁ ଦୂରେଇ
ବୃଦ୍ଧାଶ୍ରମେ ପୁଅ ଛାଡ଼ିଦେଲା ।
ଝିଣ୍ଟିକା ମାରଇ
ବଣିକୁ ପୋଷଇ
ଅଜ୍ଞାନ ଅନ୍ଧାରେ ହଜିଗଲା
ଧର୍ମ କୁ ଅନେଇ
ମାନବ ବୋଲାଇ
ସତ୍ୟ ନ୍ୟାୟ କାହିଁ ହଜିଗଲା ।
●●
©କବି ନିରଞ୍ଜନ ପାଣ୍ଡେ
