STORYMIRROR

Niranjan Pandey

Romance Tragedy Classics

3  

Niranjan Pandey

Romance Tragedy Classics

ତୁମକୁ ମୁଁ ଭଲପାଏ

ତୁମକୁ ମୁଁ ଭଲପାଏ

1 min
215


ଉଦରେ ଭରଇ

ରକତ ମାଉଁସ

ଦେହକୁ ଫୁଲେଇ ଦିଏ,

ଅତର ଅଜାଡି

ଅଙ୍ଗକୁ ସଜାଡି

ଗନ୍ଧକୁ ଲୁଚେଇ ଦିଏ ।


ଯାହାର ମୋହରେ

ବାଟରେ ଘାଟରେ

ନୁଖୁରା ହସର ଖିଏ,

ନୋଅଟ ଗୋଟେଇ

ହୃଦୟ ଫଟେଇ

ଦେହକୁ ମୂଲେଇ ଦିଏ ।


କାହାର କୁହାରେ

ଉଦର ନିଆଁରେ

ଆଖି କାନ ବୁଜି ଦିଏ,

ଦେହର ହାଟରେ

ଦେହ ସର୍ବସ୍ବ ମୁଁ

ଯେଉଁଠି ପାରୁଛି ଶୁଏ ।


ଭଲ ପାଇ ବାର

ଅଭିନୟ ମୋର

ସ୍ବାର୍ଥ ସରିଗଲା ଯାଏଁ,

ଅନେକ ଛାତିରେ 

ଲେଖିଛି ରାତିରେ

ତୁମକୁ ମୁଁ ଭଲପାଏ ।


Rate this content
Log in

Similar oriya poem from Romance