Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Pandey

Classics Inspirational Children

4.0  

Niranjan Pandey

Classics Inspirational Children

ମାଆ ଏକ ମନ୍ତ୍ର

ମାଆ ଏକ ମନ୍ତ୍ର

1 min
139



କାୟା ର ସେ' କାରିଗର

କଳ୍ପନାର ରୂପକାର,

ମମତାର ଉର୍ମିମାଳା

ନିର୍ଝର ସମ୍ଭାବନାର।


ସଂକଳ୍ପ ସେ ବିଜୟର

ଯିଏ ବିଶ୍ବ ବିଶ୍ୱାସର,

ଆଦି ଅମୃତ ଆଧାର

ଜୀବନ୍ୟାସ ଜୀବନର ।


ଚଳମାନ ଦେବାଳୟ

ଶକ୍ତିଶାଳୀ ଏ ମାଟି ର,

ମାଆ, ଭିନ୍ନ ଏକ ମନ୍ତ୍ର

ମୁକ୍ତିର ଆଦ୍ୟ ସଂସ୍କାର ।


ଯିଏ ଅସୀମ ଧୈର୍ଯ୍ୟର

ଧନ୍ୟା ସୃଜନୀ ଶକ୍ତିର,

ମାଆ ମନ୍ତ୍ର ମୁଖେ ଧରି

ମାଟି ଲଭୁ ଥାଉ ବୀର ।


Rate this content
Log in

Similar oriya poem from Classics