STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ନଷ୍ଟର ଗତି

ନଷ୍ଟର ଗତି

2 mins
125

ପ୍ରଜା ବତ୍ସଳ ରାଜନ କରିଥିଲେ ପ୍ରଜାଙ୍କ ଲାଗି ଅସଂଖ୍ୟ ଯୋଜନା ପ୍ରଣୟନ

ଦିନେ ଛଦ୍ମବେଶ ଧରି ବାହାରି ଆସିଲେ ସିଏ ନଗରକୁ କରିବାକୁ ଅନୁଧ୍ୟାନ।


ନଗର ମଧ୍ଯରେ ଭିକାରୀଟେ ଦେଖି ହୋଇଲେ ରାଜନ ବଡ଼ ଆଚମ୍ବିତ

ମୋହର ରାଜ୍ୟରେ କାହାର ରହିଛି କଣ ଅଭାବ ମାଗୁଅଛି କିଏ ସେ ଭିକ?


ଜନପଥରେ ଜନ ଗହଳିରେ ଠିଆ ହୋଇ ପ୍ରତିମୂର୍ତ୍ତି ପରି ସ୍ଥାଣୁ ସଳଖ

ସୁସ୍ଥ ସବଳ ଯୁବକଟିଏ ତ ମାଗୁଥିଲା ଭିକ ପତାଇ ଆପଣାର ଦୁଇ ହାତ।


ରାଜନ ଭାସିଲେ, ହେ ଯୁବକ! ତୁମ୍ଭେ କାହିଁକି ମାଗୁଛ ଏଠାରେ ଭିକ?

ଯୁବକ ବୋଇଲା, ଦୁଇ ଦିନ ଧରି ଖାଇ ନାହିଁ ଆଜ୍ଞା, ଭାରି ଭୋକ ଭାରି ଭୋକ!


ଏଇ ରାଇଜେ ଅନ୍ନଛତ୍ରେ ପରା ମାଗଣାରେ ମିଳେ ଯାହାକୁ ଯେତେ ଭାତ

କୁହ ତୁମ୍ଭ ପାଇଁ କିଆଁ ପଡିଲା ନିଅଣ୍ଟ ପୁରିଲା ନାହିଁ ତୁମ୍ଭ ଚାଖଣ୍ଡକ ପେଟ?


ଭାତ ଡାଲମାରେ ପେଟ କି ପୁରିବ ଲୋଡ଼ା ନାନାଦି ବ୍ୟଞ୍ଜନ ସ୍ଵାଦିଷ୍ଟ

ମନବୋଧ କରି ଭୁଞ୍ଜିଲେ ଯାଇକି ପ୍ରଶାନ୍ତି ଲଭିବ ଏ ବିଦଗ୍ଧ ଚିତ୍ତ।


ଚିତ୍ତ ବିନୋଦନ ପାଇଁ ଅଛି ତ ଅନେକ ବିଧାନ କାହିଁ ହୁଅ ଛଟପଟ?

କିଛି ଗୋଟେ କର୍ମ କରିବା ସହିତ ସୁଖରେ ଜୀଇଁବାକୁ ବାଛ ବାଟ।


କି କହିବି ଆଜ୍ଞା ମାଗଣା ଯୋଜନା ହେଲାଣି ପୁରୁଣା ମିଳେ ନାହିଁ ସେଠି ମଦ

ବିନା ମଦରେ ତ ଚଳେନି ଜଗତ ତୁମ୍ଭେ କେମିତିକା କଥା କହୁଛ ଉଦ୍ଭଟ?


ସ୍ବାଦିଷ୍ଟ ଭୋଜନ ସହିତ ମଦିରା ଆକଣ୍ଠ ପାନ ଅନ୍ତେ ଲୋଡ଼ା କାମିନୀର ସାହଚର୍ଯ୍ଯ

କେଉଁ କର୍ମ କଲେ ଅର୍ଜିବି ଏତିକି ପଇସା ଜୀଇଁବି ରାଜକୀୟ ଥାଟପାଟ?


ଏଇ ଭିକ୍ଷା ବୃତ୍ତିରେ ବିନା ବିନିଯୋଗେ କରେ ପ୍ରଚୁର ଅର୍ଥ ଉପାର୍ଜନ

କେଉଁ କାମ ଅବା ଦେବ ମୋତେ ବିନା ଶ୍ରମେ ଜୀଇଁବାର ଉପାଦାନ?


ଶୁଣି ଯୁବ ଭିକ୍ଷୁକ ଠୁଁ ଦୃଢ଼ତାର ବାଣୀ ରାଜନ ହେଜିଲେ ଗୁରୁ ମନ୍ତ୍ର

ଭାସିଲେ "ହେ ଯୁବକ! ତୁମ୍ଭେ ମୋର ଗୁରୁ, ଦିଅ ତୁମ୍ଭ ଚରଣ ସ୍ପର୍ଶ।


କର୍ମ ବିମୁଖ ଯୁବପିଢ଼ିର ଦୁସ୍ଥିତିର କଥା ମନେ ଭାଳୁଥିଲେ ରାଜନ

ମାଗଣା ବଣ୍ଟନ ମାଗଣା ଭୋଜନ ନୁହେଁ କେଉଁ ସମସ୍ଯାର ସମାଧାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract