STORYMIRROR

Niranjan Pandey

Inspirational Others Children

3  

Niranjan Pandey

Inspirational Others Children

ଏ ଜୀବନ ଅଙ୍ଗର ତରଙ୍ଗ ତୁମେ

ଏ ଜୀବନ ଅଙ୍ଗର ତରଙ୍ଗ ତୁମେ

1 min
159

ଏ ଜୀବନ ଅଙ୍ଗ ର ତରଙ୍ଗ ତୁମେ,

ହୃଦୟର ଅତି ଅନ୍ତରଙ୍ଗ ତୁମେ

ଦେହର ଲୁହର ମୋହର ଉର୍ଦ୍ଧ୍ବରେ;

ଆନନ୍ଦ ଦାୟକ ସତସଙ୍ଗ ତୁମେ ।


ଦର୍ଶନ ଆରପାରେ ଦର୍ଶକ ହୋଇ,

ଅସତ୍ୟ ଅନ୍ଧକାରେ ଆଲୋକ ଦେଇ

ନିସ୍ବର ସର୍ବସ୍ବ ନିରାକାର ଦେହୀ;

ସର୍ବଜ୍ଞ ସର୍ବଶକ୍ତିମାନ ହେ ତୁମେ ।


ସତକର୍ମ ର ॐ'କାର ମନ୍ତ୍ର ଦେଇ,

ନ୍ୟାୟ କର ହେ, ସର୍ବବ୍ୟାପକ ହୋଇ

ସଂସାର ସାରାଂଶ ସଦଜ୍ଞାନ ଏଇ

ପରମପିତା ପରମେଶ୍ବର ତୁମେ ।


ଏ ଜୀବନ ଅଙ୍ଗ ର ତରଙ୍ଗ ତୁମେ,

ହୃଦୟର ଅତି ଅନ୍ତରଙ୍ଗ ତୁମେ

ଦେହର ଦୁଃଖର ମୋହ ଆର ପାରେ;

ଆନନ୍ଦ ଦାୟକ ସତସଙ୍ଗ ତୁମେ ।



Rate this content
Log in

Similar oriya poem from Inspirational