Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Pandey

Tragedy Others

3.5  

Niranjan Pandey

Tragedy Others

ସବୁ ଆଡ଼େ ତାଲା

ସବୁ ଆଡ଼େ ତାଲା

1 min
106


ମୁହଁ ରୁ ମସ୍ତିଷ୍କ

ରାସ୍ତା ରୁ ବ୍ୟବସ୍ଥା 

ପଡ଼ି ଯାଉ ଥାଏ

ଯେବେ ଶକ୍ତ ତାଲା,


କ୍ଷମତାର ତନ୍ତ୍ର

ଦିଶାହୀନ ମନ୍ତ୍ର

ପରତନ୍ତ୍ର ଯାଏଁ

ଅପହୃତ ହେଲା !


ସତ୍ୟ ଅପହଞ୍ଚ 

ସମସ୍ୟା ରେ ବଞ୍ଚ

ବିଜ୍ଞାନ ବିବେକ

ତୁଣ୍ଡୀ ବାନ୍ଧି ଦେଲା !


ସମାଧାନ ମିଛ

ସମସ୍ୟା ବି ମିଛ

ଦିବାଲୋକେ ଦେଖ

ସବୁଆଡେ ତାଲା ;

 

ଗଣତନ୍ତ୍ର ତୁଚ୍ଛ

ମାନବତା ତୁଚ୍ଛ

ମିଛ କହି କିଏ 

ମୁହଁ ବନ୍ଦ କଲା ?



Rate this content
Log in