ହୋ ଭୋଟରେ ହୋ
ହୋ ଭୋଟରେ ହୋ
ହୋ ଭୋଟରେ ହୋ ଓ
କୁକୁଡ଼ା କୁ ଝୋଳ କଲେ,
ରାଇଜ କୁ ଖୋଳ କଲେ,
ନେତା ବଦଳରେ ଜୋତା ଠିଆ କଲେ
ଭୋଅଟ ଗୋଟେଇ ନେଲେ ।
ହୋ ଭୋଟରେ ହୋ ଓ
ରାଲି ପରେ ରାଲି କଲେ,
ନାଲି ପାଣି ପିଆଇଲେ,
ନୋଅଟ ଧରେଇ ଭାଷଣ ଭାଷିଲେ
କରଜ ବଢ଼ାଇ ଦେଲେ ।
ହୋ ଭୋଟରେ ହୋ ଓ
ନେତା ସିନା ଜିତି ଗଲେ,
ସାଇକଲ ପେଲୁ ଥେଲେ,
ଭୋଟର ବଳରେ ବିଧାୟକ ହେଲେ
ଭୋଟରଙ୍କୁ ଭୁଲି ଗଲେ ।
ହୋ ଭୋଟରେ ହୋ ଓ
ନେତା ଆମଦାନୀ ହେଲେ,
ଅଞ୍ଚଳ କୁ ଭୁଲି ଗଲେ,
ପଦ ପାଇଁ ଗଧ ପାଦ ସେ ଧଇଲେ
ଦଳ ବଦଳେଇ ଦେଲେ ।
ହୋ ଭୋଟରେ ହୋ ଓ
ପିସି କାରବାର ଚାଲେ,
ଦଳୁଆ କାମ ପାଇଲେ,
କିରାଣୀ ଯନ୍ତିରୀ ଓକେ କରିଦେଲେ
ଭୋଟର ଭୋକୁଆ ହେଲେ ।
ହୋ ଭୋଟରେ ହୋ ଓ
ମୂଲଚାଲ କରୁଥିଲେ,
ଭୋଅଟକୁ ବିକୁଥିଲେ,
ବିକାଶ ଯୋଜନା ହରିଲୁଟ ହେଲେ
ମୁହଁରେ ତୁଣ୍ଡୀ ବାନ୍ଧିଲେ ।