STORYMIRROR

Tarun Mishra

Comedy Children

4  

Tarun Mishra

Comedy Children

ଏପ୍ରିଲ୍ ଫୁଉଲୁ

ଏପ୍ରିଲ୍ ଫୁଉଲୁ

1 min
275

କାଲି ଥିଲା ପରା ଏପ୍ରିଲ୍ ପହିଲା

      ବୋକା ମାନଙ୍କର ଦିନ,

ମୋ ଭଳି ଚାଲାକ୍ ଠକିଗଲା କାଲି

      କହୁଛି ବିସ୍ତାରେ ଶୁଣ।


ଶ୍ରୀମତୀ କହିଲେ ଆଜି ମୋର ଟିକେ

      ମାରକେଟ ଯିବାର ଅଛି,

ନେଇଚାଲ ମୋତେ କିଣାକିଣି କରି

      ଶିଘ୍ର ଫେରିବା ଏଠିକି।


ଗଲୁଁ ବଜାରକୁ ମଲ୍ ସାମ୍ନାରେ

      ଦେଖିଲୁ ଗହଳି ଭାରି,

ପଚାରି ବୁଝିଲୁ ବିଗ୍ ସେଲ ଚାଲେ

      ଅଫର ଭଳିକି ଭଳି।


ଡିସକାଉଣ୍ଟ ଓ ଅଫର ସେଲ୍ କୁ

      ମୁଁ କରେ ଦୂରୁଁ ଜୁହାର,

ଶ୍ରୀମତୀଙ୍କ ଜିଦ୍ ପାଖରେ ମୋହର

       ନେଚର ପଙ୍କ୍ ଚଅର।


ସେଠି ଲେଖାଥିଲା ଯେଉଁ ଅଫରକୁ

      ଧରିବ ଗ୍ରାହକ ଜାଣ 

ତାକୁ ବାଧ୍ଯ ନେବ ତା ସାଥୀରେ ଥିବ

      ଆଉ ଯାହା ତାକୁ କିଣ।


ସମ୍ବଲପୁରିଆ କଟନ ଶାଢୀଟେ 

      ଅଫର ଗୋଟିଏ ଟଙ୍କା,

ଶ୍ରୀମତୀ କହିଲେ ଏହି ଶାଢୀ ନେବି

      ଦିଅ କଏନ ଟେ ଏକା।


ପକେଟ ଅଣ୍ଡାଳି ପାଇଲି ଶେଷକୁ

      ପାଞ୍ଚଟଙ୍କା କଏନ ଟେ,

ଖୁସିରେ ନେଇକି ଶାଢୀ ଟା ଧଇଲେ

       କହିଲେ ଆସ ମୋ ପଛେ।


ଦୌକାନୀ କହିଲା ରୁହନ୍ତୁ ମାଡମ୍

       କିଣା ବିକା ସରିନାହିଁ,

ଶାଢୀର ଭିତର ଖୋଲିକି ଦେଖନ୍ତୁ

       ଡିଟେଲ୍ ସ୍ ଥିବ ରହି।


ଶାଢୀ ଖୋଲିଦେଲୁ ପାଇଲୁ ଗୋଟିଏ

       ଲମ୍ବା ଲିଇଷ୍ଟି ଟେ ଜାଣ,

ସେଗୁଡିକ ସବୁ କିଣିବାକୁ ହେବ

       ଶାଢୀର ସାଙ୍ଗରେ ଧନ ।


ଟମାଟୋ ସସ୍ ହରଲିକ୍ସ କୁ 

      ପ୍ଲାଷ୍ଟିକ୍ ବକେଟେ ଡାଲି,

ମ୍ଯାଗି ନ୍ଯୁଡଲସ୍ କାଜୁ କିସମିସ୍

      ଆଲମଣ୍ଡ ଖଜୁରୀ କୋଳି।


ଏକୋଇଶି ଆଇଟମର ଜିନିଷ

       ଦାମ ନ ହଜାର ଛ ଶ,

କାନମୋଡି ହୋଇ ପେମଣ୍ଟ ଭରିଲି

       କରିକି କାଆର୍ଡ ପୁଶ।


ଘରକୁ ଆସିକି ହିସାବ କଲୁ ଯେ

      ମାରକେଟ୍ ପ୍ରାଇସି ଦେଇ,

ସେହି ଏକୋଇଶି ଆଇଟମ ହେଲା

     ଅଡ୍ ତିରିଶି ଶହ ଭାଇ।


ଶାଢୀଟାର ଦାମ୍ ବଜାରରେ ହେବ

        ଅଠରଶ ଦି ହଜାର,

ତଥାପି ପେମେଣ୍ଟୁ ନିଅଣ୍ଟ ପଡୁଛି

      ଆହୁରି ଚାରି ହଜାର।


ଚାରି ହଜାର ମୋ ଅକାରଣେ ଗଲା

      ଲୋଭ କରିଦେଲୁ ବୋଲି,

କାନମୋଡି ହୋଇ କହିଲି ଠକିଲି

     ଏପ୍ରିଲ୍ ଫୁଉଲୁ ବୋଲି।


Rate this content
Log in

Similar oriya poem from Comedy