STORYMIRROR

Tarun Mishra

Inspirational

4  

Tarun Mishra

Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
289

ଏହି ସେ ଉତ୍କଳ ଯାହା ସୀମା ଥିଲା

      ଗଙ୍ଗା ଠାରୁ ଗୋଦାବରୀ ,

ଆଜି ତା ର ଗାଆଁ କୋଟିଆ କାନ୍ଦୁଛି

      ଆନ୍ଧ୍ର ନେଇଗଲା ବୋଲି।

ଉତ୍କଳ ସନ୍ତାନ ପାଲଟିଛି ଭୀରୁ

      ତୁଚ୍ଛା ରାଜନୀତି ପାଇଁ,

ପାର୍ଟି ଦରକାର , ମାଟି ନୁହେଁ ଆଜି

       ରାଜନୀତିଆଙ୍କ ପାଇଁ।

      ସଦ୍ ବୁଦ୍ଧି ଦିଅ ତୁ ମାଆ,

ରକ୍ତରେ ତାଙ୍କର ଭରିଦିଅ ଶକ୍ତି

      ପ୍ରତିବାଦ ହେଉ ଠିଆ।


ଷଢେଇକଳା ଓ ଚାଇଁବାସା ଆଜି 

       କାନ୍ଦୁଛି ଝାଡଖଣ୍ଡରେ,

ଛୟାଅଶି ବର୍ଷ ବିତିଗଲାଣି ମା

      ନ ମିଶି ସେ ଓଡିଶାରେ।

ତଥାପି ମନରେ ଆଶା ବାନ୍ଧିଛନ୍ତି

      ଓଡିଶା ଫେରିବେ ବୋଲି,

ତାଙ୍କ ଆଶା କେବେ ହୋଇବ ପୂରଣ

       କହିଦିଅ ମୁହଁଖୋଲି।

      ନାହିଁ ମଧୁ ବାରିଷ୍ଟର,

ତଥାପି ଆସିବ ଓଡିଆ ପୁଅ ଯେ 

       ଫେରାଇ ଆଣିବ ଘର।


ଏହି ରାଇଜର ଜୀବନ ରେଖା ଯେ

        ସେହି ଆମ ମହାନଦୀ,

ପଡୋଶୀ ରାଇଜ ଛତିଶଗଡରେ

      ହୋଇ ଯାଇଛି ସେ ବନ୍ଦୀ।

ଆଠ ଦଶ ମାସ ପଡୁଛି ଶୁଖିଲା

      ଚାଷ ବାସ ଆଉ ନାହିଁ,

ଧାନ,ମୀନ,ପାନ ହେଲାଣି ସପନ

      ନଈରେ ତ ନାହିଁ ପାଣି।

      ଝୁରେ ଆଜି ମହାନଦୀ,

ଫେରାଇ ଆଣ ମା ଅତୀତ ଗୌରବ

      ପୁଣି ଉଠୁ ଆମେ ଯାଗି।


ଦିନ ଥିଲା ଯେବେ ସାଧବ ପୁଅଯେ

       ବେପାର ବଣିଜ କରି,

ଭରି ଦେଇଥିଲା ରାଇଜେ ସମ୍ପଦ

       ବିଦେଶରୁ ଆଣି କରି।

ଦେଶ ବିଦେଶରେ କରିଥିଲା ନାଆଁ

     କଳିଙ୍ଗା ଯେ ସାହସିକା,

ଆଜି କିନ୍ତୁ ଆହା ଦାଦନ ଖଟୁଛି

      ଛାଡି ତା କୂଳ ବେଉଷା।

      ବଦଳାଇ ଦିଅ ମାଆ,

ତୁମର ଏ ପୁଣ୍ଯ ସ୍ବତନ୍ତ୍ର ଦିବସେ

     ଜାଗିଉଠୁ ଏ ଓଡିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational