STORYMIRROR

Tarun Mishra

Inspirational

3  

Tarun Mishra

Inspirational

କପାଳ ଲିଖନ

କପାଳ ଲିଖନ

1 min
184


ପକ୍ଷୀ ଶାବକଟେ ବସି କାନ୍ଦୁଥିଲା

     କଇଳାଶ ପର୍ବତରେ

ଉଡା ଶିଖିନାହିଁ ମା ବି ନଥିଲା

     ସାପ ଚଢୁଥିଲା ଧୀରେ।

ଏମନ୍ତ ସମୟେ ନାରାୟଣ ଆସି

     ଗଲେ ଶିବଙ୍କ ପାଖକୁ

ନନ୍ଦୀ ଭୃଂଗୀ ପାଶେ ଗରୁଡ ଥାଇକି

    ଦେଖୁଥିଲେ ଏ ଦୃଶ୍ଯକୁ।

ମନରେ ଆସିଲା ପକ୍ଷୀ ପ୍ରତି ଦୟା

    କୋରଡେ ଥୋଇଲେ ନେଇ

ଗରୁଡକୁ ଦେଖି ଅତର୍ଚ୍ଛାରେ ସାପ

     କୁଆଡେ ଗଲା ପଳାଇ।

ଯମ ଯାଉଥିଲେ ସେହି ପଥ ଦେଇ

     ରହିଗଲେ ତତକ୍ଷଣ

କହିଲେ ଶିବଙ୍କୁ ଦେଖା କରିଆସେ

     ପାଖେ ଛନ୍ତି ନାରାୟଣ।

ଯାଉ ଯାଉ ଯମ ପଡିଗଲା ତାଙ୍କ

      ଆଖି କୋରଡ ଉପରେ

ହୋଇଗଲେ ଠିଆ କିଛି କ୍ଷଣ ଚାହିଁ

      ହସିଦେଲେ ସେହିଠାରେ।

ତାଙ୍କ ହସ ଦେଖି ଗରୁଡ ଭାବିଲେ

      ଏହି ପକ୍ଷୀ ଯମ ନେବ

ପ୍ରଥମେ ସାପଟା ଖାଇଥାନ୍ତା ଏବେ

       ଯମ ଫାଶରେ ବାନ୍ଧିବ।

ଯମ ଯାନ୍ତେ କଇଳାଶ କନ୍ଦରକୁ

      ଉଠି ତକ୍ଷଣେ ଗରୁଡ

ପକ୍ଷୀ ଶାବକକୁ କୋରଡରୁ ଆଣି

     ନେଇଗଲେ କେତେଦୂର।

ହିମାଳୟେ ଏକ ପଥର ଖୋଲରେ

     ଆସିଲେ ଛାଡି ସେ ପକ୍ଷୀ

ପହଁଚନ୍ତେ ଆସି ନନ୍ଦୀ ଭୃଂଗୀ ପାଶେ

      ଯମ ଦେଖି ଦେଲେ ହସି।

ଅତି ଆଚମ୍ବିତେ ଗରୁଡ ପୁଚ୍ଛିଲେ&n

bsp;

    ଯମର ମୁଖକୁ ଚାହିଁ

ଯିବାବେଳେ ପକ୍ଷୀ ଦେଖି ହସିଥିଲେ

     ଏବେ ତ ସେ ଏଠି ନାହିଁ।

ପୁଉଣି କିପାଇଁ ହସିଲ ହେ ପ୍ରଭୂ

     କହିଦିଅ ମୋତେ ଥରେ

ମନରେ ମୋହର ଯାଗେ କୌତୁହଳ

     ଦୂରକର ତାକୁ ବାରେ।

ଯମ କହିଲେ ହେ ଗରୁଡ ତୁ ଶୁଣ

     ମୋର ହସର କାରଣ

ଯେଉଁ ପକ୍ଷୀ ତୁମେ ଛାଡି ଆସିଅଛ

      ତାକୁ ନେବି ମୁହିଁ ଜାଣ।

କିନ୍ତୁ ତାକୁ ମୋର ନେବାର ତ ଥିଲା

      ହିମାଳୟ କୋରଡରୁ

କିପରି ଏ ପକ୍ଷୀ ଯିବ ଏତେ ଦୂର

       ନେବି ମୁହିଁ ସେହିଠାରୁ।

ଏପରି ଭାବି ମୁଁ ଗଲି ଭିତରକୁ

      ଚିନ୍ତି ପ୍ରଭୂ ନାରାୟଣ

କହିଲି ମୋ କାମ ସୁରୁଖୁରେ ପ୍ରଭୂ

      କରିଦିଅ ତତକ୍ଷଣ।

ସେହି କାମ ତୁମେ ସୁଗମ କରିଲ

      ହେ ବନ୍ଧୁ ଗରୁଡ ମୋର

ଲଲାଟରେ ଯାହା ଲେଖା ହୋଇଅଛି

      ଅନ୍ଯଥା କେ କରେ ତାର।

ଥମ୍ ପଡିଯାଇ ଦୁଇହାତ ଯୋଡି

      ଗରୁଡ କହେ ଯମଙ୍କୁ

ମୋର ଗର୍ବ ପ୍ରଭୂ ଖଣ୍ଡନ କରିଲ

      ଶିଖାଇଲ ଯେ ସଭିଙ୍କୁ।

କପାଳ ଲିଖନ କେ କରିବ ଆନ

      ନିଶ୍ଚୟ ଘଟିବ ତାହା

ପ୍ରଭୂ ପାଦେ ଯଦି ଶରଣ ପଶିବ

       ରଖିବେ ସେ ଚଉବାହା।



Rate this content
Log in

Similar oriya poem from Inspirational