Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Inspirational

4  

Satyanarayan Sahoo

Comedy Inspirational

ପୋଲିସ୍ ମାମୁଁ

ପୋଲିସ୍ ମାମୁଁ

1 min
389



ନାଣ୍ଡୀ ମାଆ ଗାନ୍ଧୀ ମୁଣ୍ଡ ପାଇବା ର ପାଇଁ

କହିଲା ଥାନା ରେ ଥାନା ମାମୁଁ ପାଖେ ଯାଇ ।

ନାଣ୍ଡୀ କୁ ଆମର ଜର ଟଙ୍କା ଦିଅ କିଛି

କିଣି ନେବି ତାହା ପାଇଁ ଔଷଧ ଓ ପଥି ।

ଦଶ ଦିନ ହେଲାଣି ସେ ଉଠି ପାରୁ ନାହିଁ

ଦୂରେ ଯାଇଛି ତା' ବାଆ ଯେ ଦାଦନ ହୋଇ ।

କି ଉପାୟ କରିବି ମୁଁ ବୁଦ୍ଧି ଦିଶୁ ନାହିଁ

ଡାକ୍ତର କୁ ଦେଖାଇଲେ ପଇସା ମାଗୁଛି ।

ଥାନା ଟିକୁ ଜଗି ରହି ଥିଲା ଚକି ଦାର

ଚକିତେ ଚାହିଁଲା ନାଣ୍ଡୀ ମାଆ କୁ ସେଠାର ।

ଢୋଳାଇ ପଡ଼ିବା ବେଳେ ପଶିଲା ନାଣ୍ଡିମା

ଚକି ଦାର ଛନକା ରେ ଚିଲ୍ଲେଇ ଉଠିଲା ।

ପିଲେହି ତାହାର ପାଣି ପାଲଟି ଯେ ଗଲା

ନାଣ୍ଡିମା ପଶିଲା ବୋଲି ବୁଦ୍ଧି ସେ ଶିଖିଲା ।

ଜମାଦାର ବାବୁ ବସି ଥିଲେ ଚଉକି ରେ

ହାବିଲି ଦାର ଙ୍କ ହସ କହିଲେ ନ ସରେ ।

ହା ହା ହି ହି ହସି ଖିଲି ଖିଲି ଖିତି ଖିତି

ହସି ହସି ବାବୁ ମାନେ ବେଦମ ସେଇଠି ।

ବୋଇଲେ ନାଣ୍ଡୀ ମା ଆମେ ଟଙ୍କା ଦେବୁ କିଆଁ

ଜିଅଲ ଖୁଆଡ ଏହି ଅଟଇ ଟି ଥାନା ।

ଏଠିକି ଆସିଲେ ଜେଲେ ଦିଆ ଯାଏ ଭରି

ପଳା ଯା ' ନୋହିଲେ ତୋତେ ଖୁଆଡେ ପୁରାଇ ।

ରଖି ଦେବୁ ଖାଉ ଥିବୁ ଖାଲି ଖାସି ଭାତ

ଗାନ୍ଧୀ ମୁଣ୍ଡ ପାଇବା କୁ ପୁଣି ଖୁସ।ମତ ।

କରି ଖୁସି କରିବାକୁ କହିଲା ନାଣ୍ଡୀ ମା '

ନାଣ୍ଡୀ ଟି ଆମର ଜରେ ପଡ଼ିଛି ହେ , ବାବା ।

ମରି ଯିବ ନାଣ୍ଡୀ ମୁଇଁ ରହିଲେ କୁଆଡେ଼

ଜଣେ କହେ ଦେଖାଉନ ସରକାରୀ ଆଡେ ।

ନାଣ୍ଡୀ କୁ ନେଇ କି ଦେଖା ଡାକ୍ତର ଖ।ନା ରେ

ମାଗଣା ଚିକିତ୍ସା ହୋଇ ଥାଏ ସେହି ଠାରେ ।

ନାନ୍ଡୀ ମା' କହିଲା ବାବୁ ଛାଡୁଛି ସେ କାହୁଁ

ଗାଉଁଲି ଡାକ୍ତର ଟା , ସେ କରି ଅଛି କାବୁ ।

ଖେଦି ଖେଦି ନାଣ୍ଢୀ ମା' କୁ ପୋଲିସ୍ ବାବୁ ମାନେ

ଥକି ଗଲେ ଲାଗି ଲାଗି ସେଇ ଥାନା ସ୍ଥାନେ ।

ଯିବା କୁ ନ ଛୋଡବନ୍ଧା ହୋଇଲା ନାଣ୍ଡୀ ମା

ପୋଲିସ୍ କହେ ଚାଲ ଡାକ୍ତରୀ ସେବା ଦେଖିବା ।

କହି ନଣ୍ଡି ମା କୁ ଆଣି ଡାକ୍ତର ପାଖରେ

ଡାକ୍ତର ଶରୀର ଥରେ ଖଇ ଫୁଟା ଜରେ ।



Rate this content
Log in

Similar oriya poem from Comedy