STORYMIRROR

Pramod Kumar Jena

Comedy

3  

Pramod Kumar Jena

Comedy

ଶୁଆ କହେ ଶାରୀ ଲୋ

ଶୁଆ କହେ ଶାରୀ ଲୋ

7 mins
26.7K


ବଳ ବୋଲି ୟାଙ୍କ କାଣିଚାଏ ନାହିଁ

ପିମ୍ପୁଡି ମାରୁଛି ଚୋଟ,

ପୁରୁଷ ବାଘ ପୁଣି ସିଂହର ବଳ

ମାରନ୍ତି ତୁଚ୍ଛା କୁହାଟ (1)


ପାଟି ପାକୁଳିବା ଗାଈଠୁ ଶିଖିଲେ

ଚୋବାନ୍ତି ସଭିଏଁ ପାନ,

କୁକୁରଙ୍କ ଭଳି ଶୁଙ୍ଘି ଶୁଙ୍ଘି ଏବେ

ଖୋଜନ୍ତି ମଦ ଦୋକାନ (2)


ଓଟଠୁ ଶିଖିଲେ ହେୟାର କଟିଙ୍ଗ୍

ଛେଳିଠୁ ଶିଖିଲେ ଦାଢି,

ଦିନ କେତେ ଗଲେ ଲଙ୍ଗଳା ବୁଲିବେ

ଫିଙ୍ଗି ଲୁଗାପଟା ଶାଢୀ (3)


ମୟୂର ଭଳିଆ ସୁନ୍ଦର ନୁହେଁ ଲୋ

ନାଆଁ ତା କଜଳପାତି,

ଛୋଟ ପକ୍ଷୀ ହୋଇ ମଣିଷ ଜାତିକୁ

ଶିଖାଇଲା ରାଜନୀତି (4)


ବୁଢା ମାଙ୍କଡଠୁ ଝାମ୍ପିବା ଶିଖିଲେ

କାଉଠୁ ଶିଖିଲେ ମେଳି,

ରକତ ଶୋଷିବା ମଶା ଶିଖେଇଲେ

ବିଲେଇ ପାଖରୁ କଳି (5)


ପଶୁ ପକ୍ଷୀଙ୍କଠୁ ବୁଦ୍ଧି ଚୋରି କରି

କରନ୍ତି ତାଙ୍କ ଶିକାର,

ଯାହାଠୁ ପାଇବେ ତାଙ୍କୁ ବୁଡେଇବେ

ଦି ଗୋଡିଆ ସ୍ୱାର୍ଥପର (6)

ବଳ ଓ ବୟସ ମଣିଷ ପାଖରୁ

ଦିଅନ୍ତି ଠାକୁର କାଢି,

ଭାତ ମୁଠେ ପାଇଁ ପୁଅ ବୋହୁ ପାଖେ

ପଡିବାକୁ ପେଚା ଭଳି (7)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy