STORYMIRROR

Pramod Kumar Jena

Abstract

2  

Pramod Kumar Jena

Abstract

ସାଙ୍ଗକୁ ପଦେ

ସାଙ୍ଗକୁ ପଦେ

1 min
208


ଏ ସାଙ୍ଗ

ବେଳ ଦେଖି ଆସୁଥିବୁ

ଖୁଦ ପାଣି ପିଇ ପାଖେ ପାଖେ ବସି

ପଛ କଥା ବଖାଣିବୁ

ଏ ସାଙ୍ଗ

ବୟସ ଆସିବ ମାଡି

ପଛ କଥା ଯେତେ ମନେ ପକାଇବା

ଲାଗୁଥିବ ଟୋକା ଭଳି

ଏ ସାଙ୍ଗ

ପର କଥା ନ ଶୁଣିବୁ

ଏ କାନରେ ଶୁଣି ସେ କାନେ ଉଡେଇ

ରାଗିବୁନି ହସିଦେବୁ

ଏ ସାଙ୍ଗ

ପର ବୋଲି ନ ଭାବିବୁ

ରୋଗ ବଇରାଗେ କଷ୍ଟ ପାଉଥିଲେ

ପିଠିକୁ ଆଉଁସି ଦେବୁ


ଏ ସାଙ୍ଗ

ଯିବା ବେଳେ ଠିଆ ହେବୁ

ତୋ କାନ୍ଧରେ ଗଲେ ଆର ଜନମକୁ

ମୋ ସାଙ୍ଗରେ ଭେଟ ହେବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract