STORYMIRROR

Kulamani Sarangi

Comedy

4  

Kulamani Sarangi

Comedy

କୋରୋନା ବନ୍ଦନା

କୋରୋନା ବନ୍ଦନା

2 mins
24.2K

ରମ୍ୟରଚନା


ବନ୍ଦଇ କୋରାେନା ମାଗୋ ଚାଇନା ନନ୍ଦିନୀ,

ଉହାନ ମାର୍କେଟୁ ଜାତ ହେଲୁ ଭୂତଯୋନୀ।

ମନୁଷ୍ୟ ଛିଙ୍କଟି ମା'ଗୋ ବାହାନ ତୋହର,

ରଣଚଣ୍ଡୀ,ହସ୍ତେ ନାହିଁ ଖଣ୍ଡା ବା ଖର୍ପର।

ଶ୍ବାସ ନଳୀ ମଧ୍ୟେ ରହି କରୁ ନାକେଦମ,

ତୋ ପ୍ରତାପେ ଥରହର ନିଜେ ରାଜା ଯମ।

ଅଦୃଶ୍ୟ ଅବଶ୍ୟ ମାତ୍ର ପ୍ରଚଣ୍ଡ ପ୍ରତାପ,

ବିଶ୍ବ ଥରହର ଚିନ୍ତି ତୋର ବିଶ୍ଵରୂପ।

ତୋ ପ୍ରତାପେ ଜଗନ୍ନାଥ ମନ୍ଦିରେ ଶିଙ୍କୁଳି,

ତୋ ପ୍ରତାପେ ମୌଲା ଦିଏ ମସଜିଦ କିଳି।

ତୋ ପ୍ରତାପେ କାଶିବାସୀ ଲୁଚିଲେଣି ଡରେ,

ତାଲା ପଡ଼ିଲାଣି ବିଶ୍ବେ ସବୁ ଗୀର୍ଜାଘରେ।

ତୋ ଡରରେ ବନ୍ଦ ସବୁ କଳକାରଖାନା,

ଚାଷବାସ କିଣାବିକା ସଂସାର ପେଖନା।

ବିଭା ବ୍ରତ ସଭା ସତ୍ର ସବୁ ବନ୍ଦ କଲୁ,

ହଜାର ହଜାର ନର ନିମିଷେ ନାଶିଲୁ। 

ଶକ୍ତିଶାଳୀ ଆମେରିକା ନାକେ ରସି ଭିଡ଼ି,

ନଚାଉଛୁ ମହାମାୟୀ ଘୋଷାଡି ଘୋଷାଡି।

ଆଉ କି ଗାଇବି ତୋର 'ଗୁଣ' ମହାମାୟୀ,

ଗୁଣ ବର୍ଣ୍ଣନା ନକଲେ ମତେ ଯିବୁ ଖାଇ।

ସାରା ବିଶ୍ବ ଲୁଚିଲାଣି ଘର କୋଣେ ଯାଇ,

ବାହାରକୁ ବାହାରିଲେ ଖାଉଛୁ ଗୋଡ଼ାଇ।

ସମସ୍ତଙ୍କ ମୁଖେ ତୁଣ୍ଡି ତୋହରି ଦୟାରୁ,

ଗରିବ ଗୁରୁବାଙ୍କର ପେଟେ ଲାତ ମାରୁ।

ଇଟାଲୀ, ସ୍ପେନ, ଫ୍ରାନ୍ସ ମହାଶକ୍ତି ଗଣ,

ହାରିଲେଣି ତୋ ସହିତ କରି ଘୋର ରଣ।

ଏ ବିଶ୍ୱ ଯୁଦ୍ଧରେ ମହାମାୟୀ ତୁ ଦୁର୍ବାର,

ମାନବ ଜାତି ସହିତ କିମ୍ପା ଏ ସମର।

ଆଉ ହନ୍ତସନ୍ତ କରନାହିଁ ଗୋ କୋରୋନା,

ଦରମରା ମଣିଷକୁ ଆଉ ତୁ ମାରନା।

ସଭ୍ୟତା ଘୂଞ୍ଚି ଗଲାଣି କୋଡ଼ିଏ ବରଷ,

କି କରିବ ଆମ୍ଭର ଏ ଗରିବର ଦେଶ ?

ଚାଷବାସ ନାଶ ହେଲେ କି ଖାଇବୁ ଆମ୍ଭେ,

ଖଟିଖିଆ ମଜୁରିଆ ନିଃଶ୍ବାସ ତେଜିବେ।

ସହଜେ ତ ଛେପ ଫିଙ୍ଗା ଫିଙ୍ଗି ଏ ଦେଶରେ,

ଧର୍ମ ନାମେ ଅପକୀର୍ତ୍ତ ଭିତରେ ଭିତରେ।

କରି ଗଲେ କେତେ ଦସ୍ୟୁ ଏ ଦେଶକୁ ଖୋଳ, 

ତା ଉପରେ କାହିଁକି ମା ଦେଖାଉ ଏ ଖେଳ?

ବନ୍ଦଇ ତୋ ପାଦେ ଶୀଘ୍ର ଫେରି ଯା କୋରୋନା,

ଏ ଅଧାମରା ଦେଶକୁ ଆଉ ତୁ ମାରନା।


Stay at home,stay safe


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy