STORYMIRROR

rasmi maye pati

Comedy

3  

rasmi maye pati

Comedy

ଭିନ୍ନ ଏକ ସଂଜ୍ଞା

ଭିନ୍ନ ଏକ ସଂଜ୍ଞା

1 min
38

ରଙ୍ଗ ଦିଆ ଲଙ୍କାଗୁଣ୍ଡ,

ପ୍ରେମର ବଟା ହଳଦୀ,

କଷି ମିଶା ବୁଢା ଭେଣ୍ଡି

ସବୁ ଦେଲି କାଟି କୁଟି....

ଦୂଲ୍ ଦୂଲ୍ ଚୁଲି ଜାଳି

କଢେଇରେ ଦେଲି ଲଦି... !!


କିଛି କ୍ଷଣଯାଏ ସବୁ

ମୋ' ମୁଣ୍ଡରୁ ଗଲା ହଜି...

ଭାବନାରେ ହଜିଗଲି

ଭେଣ୍ଡି କଥା ଭୁଲିଗଲି....

କୁହୁଳା ପୋଡା ବାସ୍ନାରେ

ଚତୁର୍ଦ୍ଦିଗ ଗଲା ଖେଳି.... !!


ପୋଡା ତିଅଣ ସୁଆଦ

ମହ ମହ ବାସୁଥିଲା,

ପ୍ରେମର ଭିନ୍ନ ସଂଜ୍ଞାଟି

ସେଇଦିନ ମିଳିଗଲା... !

ପ୍ରେମ ମସଲାର ବାସ୍ନା

ସେଇଦିନ ଦେଲି ଚାଖି,

କାହାକୁ କହିବି କିଆଁ,

ଚୋର ମନ ଚୋର ଗଣ୍ଠି... !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy