STORYMIRROR

Snigdha Nayak

Comedy Others Children

3  

Snigdha Nayak

Comedy Others Children

ଭୋଲୁ ଚୌକିଦାର

ଭୋଲୁ ଚୌକିଦାର

1 min
38

ଢ଼ୁଳାଉଛି ଆମ ଭୋଲୁ ଭାଇ

ତୁହାକୁ ତୁହା ମାରୁଛି ହାଇ

ଆମ୍ବତୋଟା ରେ ଖଟିଆ ନେଇ

ବସିଛି ଚୌକିଦାର ହୋଇ


ନଜର ରଖି, ମଉକା ପାଇ

ଚରୁଆ ପିଲାଏ ଯାଇ

ନେଲେଣୀ ଆମ୍ବ ଗୋଟାଇ

ଭରି ଦି'ଟୋକେଇ 


ଆମ୍ବ ତୋଳୁ ତୋଳୁ

ଦୁଲ୍ କରି ପଡ଼ିଲା ତଳେ ମୋଲୁ

ଆଖି କୁ ମଳି,କୁହେ ଚୌକିଦାର ଭୋଲୁ  

ମୋ ଆମ୍ବ ଗୋଟାଇ ନେଲୁ

ପାହାର ଖାଇବା କାମ ଯେ କଲୁ 


ଦଉଡି ପଳାଇଗଲେ ପିଲାଏ

ପଛରେ ଦଉଡ଼ି କହେ ଓଏ.. ଓଏ

ମୋଲୁକୁ ଚିଂହିଛି ସିଏ

ତା'ନାତି ର ପରା ସାଙ୍ଗ ଇଏ


ଭୋଲୁ ଭାରି ସଚୋଟ ଲୋକ

ଜାଣନ୍ତି ତାକୁ ଗାଁ'ଯାକ

ଚୋର ଧରି ପକାଇବ ଡାକ

ଛାଡ଼ିଯିବ ପିଲାଙ୍କ ଚୋରି କରିବା ସଉକ


ରାତିରେ ଯାଇ ପହଁଚିଲା ଘରେ

ସବୁ ଆମ୍ଵ ଟୋକେଇ ତାରି ଘର ଭିତରେ

ତାରି ନାକ ତଳେ ଚୋର, ଆରେ...ଆରେ !!

ପାଇ ଲାତ, ଚମକି କୁହେ ନାତି କିଏ କିରେ ?


ନାତି ବୋଲି ଢାଙ୍କିବ କି ଦୋଷ

ବଡ଼ ହୋଇ ଚୋର ହେଲେ,କରିବ କିସ ?

ନିଜ ସଚୋଟ ପଣିଆ ପାଇଁ ମୋଡୁଥିଲା ନିଶ

ଆଉ ତାରି ଘରେ ଜନମ ଇଏ ବଦମାସ


ଡାକି ସବୁ ପିଲାଙ୍କୁ ଦେଲା ଉଚିତ ଶିକ୍ଷା

ଭୁଲ୍ ବୁଝି ପାରି କଲେ ପିଲାଏ କ୍ଷମା ଭିକ୍ଷା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy