STORYMIRROR

Kabiratna Nutan Kumar Behera

Comedy Action Fantasy

4  

Kabiratna Nutan Kumar Behera

Comedy Action Fantasy

ଛାଡ଼ଖାଇ ବଜାର ଭିଡ଼

ଛାଡ଼ଖାଇ ବଜାର ଭିଡ଼

1 min
296


ଭିଡ଼ ତ ଭିଡ଼ ଛାଡ଼ଖାଇ ବଜାର ଭିଡ଼

ଯା' ଆସ୍ ହୁଏ ବାଟ ଛାଡ଼ ଛାଡ଼

କାନକୁ ଶୁଭେ ଭୁଁ ଭାଁ ପେଁ ପାଁ ଶବଦ

ଗାଡ଼ି ପରେ ଗାଡ଼ି ଯାଏ ମାଡ଼ି

ବାଟ ଘାଟ ଜାମ୍ ଖୁସି ଧୁମ୍ ଧାମ୍

ଛେଳି କୁକୁଡ଼ା କରନ୍ତି ବିକଳେ ରଡ଼ି

କେଉଁଟା ଗଲେ ବି ଉଡ଼ି

କିଏ ବା ତାକୁ ଦେଉଛି ଛାଡ଼ି

ତା ପଛେ ପଛେ ଦଉଡ଼ି ଦିଏ ମୋଡ଼ି

ମାଛ ମାଂସ ଦୋକାନରେ ଲାଗିଛି ଭିଡ଼

ଇଏ କହେ ସିଏ କହେ ହୋଇ ତରତର

ଭାଇ ମୋତେ ଦିଅ ମୋତେ ଦିଅ ଆଗ...

ବିକାଳୀ କାହାକୁ ଦେବ ଅବା ନଜର

ବେଗାବେଗି ଦଣ୍ଡିଧରି ଓଜନ କରେ

ପାଇଛି ଆଜି ସୁବର୍ଣ୍ଣ ସୁଯୋଗ

ଖୁଚୁରା ହୁଏନା ପାଞ୍ଚ ଶହ ଦି ହଜାରିଆ ନୋଟ୍

ବିକ୍ରେତା କହେ ରୁହ ଭାଇ ଭାଇ 

କେତେ ଦେବି କୁହ ଏବେ ଚଟାପଟ୍

ଠେଲା ପେଲା ଭାରି ମାଂସ କାଟୁ କାଟୁ

ରକତ ଛିଟିକି ଆସି ଜାମା ପେଣ୍ଟ ହୁଏ ନାଲି

ମାଂସ ନେବାକୁ ଚାହିଁ ଚାହିଁ ଥାନ୍ତି କାଲି

ଗରାଖ ଯେତେ ଠିଆ ହୋଇଥାନ୍ତି ଭିଡା ଭିଡି

କେତେ ବେଳେ କାହାର ପଡ଼ିବ ପାଳି

କାହିଁକି ବା କଷ୍ଟ ନ ସହିବ ଯେ

କାର୍ତ୍ତିକ ମାସ ଯାକ ଖାଇ ଖାଇ ଡାଲି ପାଣି 

ମନ ଆଉ ମାନୁନି ଛାଡ଼ଖାଇ ଆସିଲା ଜାଣି

ପାଟି ଅରୁଚକ ହୋଇ ଯାଇଛି ପରା

ମଣିଷ ନିରାମିଷ ରହିବ କି ଜୀବନ ସାରା

ଆଇଁଷ ଟିକିଏ ପାଟିକୁ ନ ଗଲେ ନ ଚ଼ଳେ

ଧରମ ପାଳି ରହିଥିଲେ ସକଳେ

ଜୀବ ଅଛି ତ ଲୋଭ ବି ଅଛି

ସହଜେ ଅବା ମାଛ ମାଂସ କି ଛାଡ଼ି ହେଉଛି

ମନ ବୁଝୁଛି ସବୁ ହେଉନି ପାଳି

ଅଭ୍ୟାସଟା ଭାରି ଖରାପ ଦେଇଛି ବିଗାଡି଼ 

ଖାଇବା ହେଉନି ଜମାରୁ ଛାଡ଼ି

ଏ ଛାଡ଼ ଖାଇର ପ୍ରବଳ ଭିଡ଼ ଭଳି

ଜୀବନ ବି ସଦା କଷ୍ଟରେ ରହିଛି ସମ୍ଭାଳି

ମନ କହେ ଏତେ ପୁଣ୍ୟ କରିବାକୁ ବେଳ କାହିଁ

ମିଛ ମାୟାରେ ତ ହାଇଁ ପାଇଁ

ଛାଡ଼ଖାଇ କହେ ନାହିଁ ରେ ଭାଇ ନାହିଁ

ମନ ପ୍ରାଣକୁ ଭଲରେ ଦିଅ ବୁଝାଇ

ଆମିଷ ଖାଇବା ଛାଡ଼ ତା ଛାଡ଼ଖାଇ ।

    









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy