STORYMIRROR

ଫକୀର ପରିଡ଼ା

Comedy Fantasy Children

4  

ଫକୀର ପରିଡ଼ା

Comedy Fantasy Children

ବିଲୁଆ ନନାର ବାହାଘର

ବିଲୁଆ ନନାର ବାହାଘର

1 min
226

ବାଘମାମୁଁ ଯେ ବଣର ରାଜା କଲା ଏକ ବିଚାର

ସଭିଏଁମିଶି କରିବେ ବନେ ବିଲୁଆ ନନାବାହାଘର।

ଡାଳକୁ ଡାଳ ଡେଇଁଣ ପାତି ଡାକିଲା ଯାଇ ସର୍ବୈ

ଘରକୁ ଘର ଖବର ଦେଇ ଚତୁର କାଉ ରାବେ।।

ସଭା କରିଲେ ସଭିଏଁ ମିଶି କାମ କିପରି ହେବ

କାମବାଣ୍ଟିଲେ ନିଜ ଭିତରେ ଖୁସିରେ ଦେଲେରାବ।

ବରଯାତ୍ରୀରେ ଆସିଲା ହାତି ବାଘ ପିଠିରେ ଛେଳି

କନିଆଁ ଘରେ ଦେଖି ସଭିଁଙ୍କୁ ମାରିଲେ ହୁଳହୁଳି।।

ବଇଦ ବୁଢା ହନୁମାଙ୍କଡ ସାଜିଲା ପୁରୋହିତ

ଶୁଆଶାରୀ ଓ କୋଇଲି ମିଶିଗାଇଲେ ବିବାହଗୀତ

ବିଲୁଆ ନାନି କନିଆଁ ସାଜି ବେଦିରେ ଯାଇ ବସି

ଓଢଣୀ ଫାଙ୍କୁ ଦେଖଇ ବର ମନରେ ହସି ହସି।।

ଟିକେ ବରଷା ଟିକିଏ ଖରା ବିବାହ ଦେଖି ହେଲା

କନିଆଁ ପିତା ସାଜିଣ ବାଘ କନିଆଁ ଦାନ କଲା।।

ଖୁସି ମନରେ ସଭିଏଁ ମିଶି ମାରିଲେ କରତାଳି

ଭୋଜି ଖାଇଣ ଯେଝା ବାଟରେ ଗଲେତ ସବୁଚଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy