STORYMIRROR

ଫକୀର ପରିଡ଼ା

Inspirational Children

4  

ଫକୀର ପରିଡ଼ା

Inspirational Children

ଚନ୍ଦ୍ରଯାନ

ଚନ୍ଦ୍ରଯାନ

1 min
274


ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ -୩

ନଭୂଲି  ନିଜର ପଥ

ଭାରତ ମାତାର ଗୌରବ ମୁହୂର୍ତ୍ତ 

ଦେଖିବ ସାରା ଜଗତ  ।।


ଜହ୍ନ ରାଇଜରେ ପହଞ୍ଚିବା ପାଇଁ

ଭାରତ କରିଛି ପଣ

ଚନ୍ଦ୍ରଯାନ - ୩ ନିକ୍ଷେପ କରିଛି

ଦେଖାଇ ନିଜର ଟାଣ  ।।


ହାରିନାହିଁ ବୀର ମାରିଅଛି ତୀର

ଭୁଲି ନିଜ ପରାଜୟ

ବିଜୟ ଦ୍ୱାରରେ ପହଞ୍ଚିପାରିଛି 

କ୍ଷିପ୍ରକରି ନିଜ ଲୟ  ।।


ବୈଜ୍ଞାନିକଙ୍କର ଅମୋଘ ଅସ୍ତ୍ର ଏ 

ଲକ୍ଷ୍ୟଭେଦ ପାଇଁ ବ୍ୟସ୍ତ

କକ୍ଷ ପଥରେ ଏମିତି ବୁଲୁଛି

ସମସ୍ତଙ୍କୁ କରି ତୃପ୍ତ  ।।


ଶ୍ରୀହରିକୋଟାରୁ ଆରମ୍ଭ ହୋଇଛି

ଚନ୍ଦ୍ରପୃଷ୍ଠେ ହେବ ଶେଷ

ଦୁର୍ଲଭ ଦୃଶ୍ୟକୁ ଦେଖିବା ନିମନ୍ତେ

ବ୍ୟାକୁଳିତ ସାରା ଦେଶ ।।


ତ୍ୟାଗ ଓ ନିଷ୍ଠାର କୃତି ସଞ୍ଜିବନୀ

ଅନ୍ୟଥା ହୋଇବ ନାହିଁ

ସମୟ ଆସିଲେ ପ୍ରସ୍ଫୁଟିତ ହେବ

ସାରା ବିଶ୍ୱ  ମହକାଇ  ।।


ଇସ୍ରୋ ରଚିଦେବ ନୂଆଁ ଇତିହାସ

ଚନ୍ଦ୍ରପୃଷ୍ଠେ ରଖି ପାଦ 

ଭାରତ ମାତାର ମଥାକୁ ଟେକିବ 

ଚଖାଇ ବିଜୟ ସ୍ୱାଦ ।।


ବିଜ୍ଞାନର ଇଏ ଅଦମ୍ୟ ସାହସ

ଗର୍ବିତ ଭାରତମାଟି 

ଆତୁରେ ରହିଛି ସଫଳତା ପାଇଁ

ସଂଶୋଧନ କରି ତ୍ରୁଟି ।।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational