Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Phakir Parida

Abstract Classics

4  

Phakir Parida

Abstract Classics

ରଜର ମହକ

ରଜର ମହକ

1 min
307


ଆଷାଢ଼ର ସ୍ପର୍ଶେ ରଞ୍ଜନୀୟ ବେଶେ

ଉଲ୍ଲାସ ଧରଣୀ ମନ

ମନକୁ ସମର୍ପି ଶୀତଳ ଲଭିବ

ଶୁଦ୍ଧ କ୍ଷୀରେ ହୋଇ ସ୍ନାନ ।


ପ୍ରକୃତି – ପୁରୁଷ ମିଳନ ଲଭିବେ

ପ୍ରାଣୀଙ୍କ କଲ୍ୟାଣ ସାଧନେ

ମେଘ ସହ ମାଟି ହେବେ ଭେଟା ଭେଟି

ନୂତନ ସୃଷ୍ଟି ବିଧାନେ ।


ସୃଷ୍ଟିର ନିୟମେ ଋତୁମତୀ ପୃଥି

ପାଳିବା ପାଇଁ ସନ୍ତତି

ଗଣପର୍ବ ରଜ ଭାବ ସମ୍ପର୍କିତ

ମହାନ ଆମ ସଂସ୍କୃତି ।


ଶୁଭ ଲଗନର ଶୁଭ ମୁହୁର୍ତ୍ତରେ

ଉତ୍ସବ ପାଳେ ଉତ୍କଳୀ

ପ୍ରସାଧନ ପ୍ରିୟ ଉତ୍କଳର ଝିଅ

ରୂପରେ ଶୁଭ୍ର ଶେଫାଳି ।


ପୋଡ଼ପିଠା ପାନ ରଜର ବ୍ୟଞ୍ଜନ

ମହକେ ସାରା ମୂଲକ

ପ୍ରୀତିର ପରଶ ରଜ ସଜବାଜ

ଭରିଥାଏ ମନେ ଫୁଲକ ।


ଅକ୍ଷୁର୍ଣ୍ଣ , ଅତୁଟ ରହୁ ପରମ୍ପରା

ସହାହୁଅ ବିଶ୍ବପାଳକ

ବିଶ୍ବେ ପରିଚିତ ହେଉଥାଉ ସଦା

ଉତ୍କଳର ଏହି ମହକ ।।


Rate this content
Log in

Similar oriya poem from Abstract