Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Phakir Parida

Children Stories Classics Children

4  

Phakir Parida

Children Stories Classics Children

ଆମ ସଂସ୍କୃତି ଓ ପରମ୍ପରା

ଆମ ସଂସ୍କୃତି ଓ ପରମ୍ପରା

1 min
278


ହଜି ଆସିଲାଣି   

 ଓଡ଼ିଆ ପର୍ବାଣୀ

    ଗାଆଁରେ ପାଳିବା ରଜ ।

ଆମ୍ବତୋଟା ଦୋଳି

ଗୋଡରଂଗ ବୋଳି

     କୁଆଁରୀଙ୍କ ସଜବାଜ ।


କୋହଲା ପାଗରେ

କଚ୍ଚା ସଡ଼କ ରେ

     ବନ୍ଧୁଘର ବୁଲିଯିବା

ବିଡ଼ିଆ ପାନରେ

ବନ୍ଧୁ ଚରଚାରେ

    ଆନନ୍ଦରେ ପ୍ରିତ ହେବା

ବାଉଁଶ ବଣରେ

ଗୁଡୁଗୁଡୁ ଖେଳ

    ଢୋଲବାଜା ତାଳେତାଳେ।


ଗାଆଁର ଭେଣ୍ଡିଆ

ହରିଆ, ଚଣ୍ଡୀଆ

     ରଜ ତିନିଦିନ ଖେଳେ ।

ନଈରେ ଗାଧୁଆ

ବାଲିରେ ଦଉଡା

      ମେଳିମେଳି ସାହି ସାଙ୍ଗ ।

କୁଆଡେ଼ ହଜିଲା

 କେମିତି ହଜିଲା

      ବାଲ୍ୟ ଜୀବନର ରଙ୍ଗ।


ଚାରିଗାଆଁ ଲୋକେ

ମେଳ ହେଉଥିଲେ

      ମିଳନେ ଆନନ୍ଦ ଥିଲା ।

ବାଜା ନଗଡାରେ 

ପଲ୍ଲୀ ଆନନ୍ଦରେ

      ଉଠୁଥିଲା ପଡୁଥିଲା ।

ପଟାଦୋଳି ଖେଳେ

ରଜ ଦୋଳି ଗୀତେ

     କୁଆରୀ ମିଳନ ହୁଏ ।


ନୁଆ ଭୁଆସୁଣୀ 

ଖିଲି ପାନ ଆଣି

     ଝିଅଙ୍କୁ ପରଷି ଦିଏ ।

ଆଦ୍ୟ ଆଷାଢ଼ରେ

ମାଟିର ସାଥିରେ

      ମେଘର ମିଳନ ହୁଏ ।

ଆମ ପରମ୍ପରା

ଆମ ଏ ସଂସ୍କୃତି

      ଧିରେଧିରେ ଲୋପ ପାଏ ।


Rate this content
Log in