STORYMIRROR

ଫକୀର ପରିଡ଼ା

Horror Fantasy Others

3  

ଫକୀର ପରିଡ଼ା

Horror Fantasy Others

କାଳ ହେଲା କରମଣ୍ଡଳ

କାଳ ହେଲା କରମଣ୍ଡଳ

1 min
139


ସ୍ନାହାନ ବେଦୀରେ ସ୍ନାହାନ କରୁଛ

ଗଜ ବେଶ ପ୍ରଭୁ ହୋଇ

ଜଗତବାସୀଙ୍କୁ ଆକୁଳ କ୍ରନ୍ଦନ

ତୁମକୁ କି ଶୁଭେନାହିଁ।।

ସ୍ନାନ ମଣ୍ଡପରେ ସ୍ନାହାନ କରୁଛ

ଶହେ ଆଠ ଗରା ଜଳେ

କେତେ ପାରିବାର ହସ ଲିଭିଗଲା

ଦୁର୍ଘଟଣା କରମଣ୍ଡଳେ।। 

କାହିଁକି ପ୍ରଭୁହେ ନିଷ୍ଠୁର ହୋଇଲ

ଦୁର୍ଘଟଣା ଘଟାଇଲ

ଗନ୍ତବ୍ୟ ପଥରେ ଯାଉଥିଲେ ଯିଏ

ଅଧାବାଟରେ ମାରିବ।। 

କିଏ ଯାଉଥିଲା ପିତା ମାତା ପାଶ

କିଏ ଚାକିରିର ପାଇଁ 

କିଏ ଫେରୁଥିଲା ଘରକୁ ଖୁସିରେ

କି କଲ କଳା ଗୋସାଇଁ।। 

କାଳ ତ ସାଜିଲା କରମଣ୍ଡଳେ ଯେ

ଜୀବନ ଦୀପ ଲିଭିଲା

ଏକ ସମୟରେ ସଭିଙ୍କ ପାଞ୍ଜିକୁ

ଚିତ୍ରଗୁପ୍ତ ପୋଛିଦେଲା।। 

ବାହାନଗା ଆଜି ରକ୍ତ ରଞ୍ଜିତ

ଯାତ୍ରୀଙ୍କ ରକ୍ତରେ

ଗଗନ ପବନ ଫାଟି ପଡୁଅଛି

ବିକଳ କ୍ରନ୍ଦନ ସ୍ବରେ।। 

ଲୌହ ମାନବ ତଳେ ପେଶିଦେଲା

ଦୁଇଶହ ପଚସ୍ତରୀ

କେତେ ଯାତ୍ରୀ ଯନ୍ତ୍ରଣାରେ ସଢୁଛନ୍ତି

ମୃତ୍ୟୁ ସହ ଯୁଦ୍ଧ କରି।। 

ତୁମେ ପ୍ରଭୁ ସିନା ନିର୍ଦ୍ଦୟ ହୋଇଲ

ମାନବ ନିଦ୍ଦୟ ନୁହେଁ 

ଆଜିବି ବଞ୍ଚିଛି ମାନବ ପଣିଆ

ଯାତ୍ରୀଙ୍କୁ ସାନ୍ତ୍ବନା ଦିଏ।। 

ଉଦ୍ଧାର ଓ ସେବା ମନୋବୃତ୍ତି ନେଇ

ସଭିଏଁ ଆଗେଇ ଆସି

ଯାତ୍ରୀଙ୍କୁ ସାହାଯ୍ୟ କରୁଛନ୍ତି ପରା

ପାଖରେ ତାଙ୍କର ଆସି।। 

ଆହେ ମହାପ୍ରଭୁ ଯେତେ ଯାତ୍ରୀଙ୍କର

ଅକାଳ ଗଲା ଜୀବନ

ଆତ୍ମାଙ୍କୁ ତାଙ୍କର ଶାନ୍ତି ଦିଅ ହେ 

ପ୍ରଣତି ମୋହର ଘେନ।। 

ଆହାତ ଯାତ୍ରୀଙ୍କୁ ଆରୋଗ୍ୟ କରହେ

କରୁଣାର ବାରି ଢାଳି

ପରିବାର ମନେ ସାହାସ ଭରହେ

ଏତିକି ତୁମକୁ ଅଳି ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror