STORYMIRROR

Bharatabandhu Biswal

Horror Inspirational Others

3  

Bharatabandhu Biswal

Horror Inspirational Others

କାଣି ଗାଈର ଭିନ୍ନେ ଗୋଠ

କାଣି ଗାଈର ଭିନ୍ନେ ଗୋଠ

1 min
237


ଦୁଇ ଚାରି ଛଅ  ସଳଖ ସୁନ୍ଦର

 ରାସ୍ତା ହୋଇଅଛି ଥାକ ଥାକ

ସର ସର ହୋଇ ଦ୍ରୃତ ବେଗେ ଚଳେ

  ଗାଡ଼ି ଓ ମଟର ବେଧଡକ ।

କାଣି ଗାଈ ପରି କେତେକ ଚାଳକ

 ପିଇଦେଇ କରି ପେଟେ ମଦ

ଗାଡ଼ିକୁ ଚଳାନ୍ତି ନୀୟମ ନମାନି

 କରନ୍ତି ନାହିଁ ସେ ମୋଟେ ଭ୍ରୃକ୍ଷେପ

ଉପଯୁକ୍ତ ଭାବେ ଗାଡ଼ି ମରାମତି

  କରିବା ନିହାତି ଆବଶ୍ୟକ

ଯାତାୟତ ବେଳେ ନୀୟମ ପାଳନ

  ସତର୍କ ରହିବା ଲୋଡ଼ା ଚାଳକ ।

ବାରଣ ହୋଇଛି ନିଶା ମୋବାଇଲ

  ଚଳାଚଳ ବେଳେ ଗାଡ଼ି ମଟର

ଅସାବଧାନତା  ଯୋଗୁଁ ହିଁ କେବଳ

  ଦୁର୍ଘଟଣା ଘଟେ ବାରମ୍ବାର ।

ରାସ୍ତା ଦୁର୍ଘଟଣା  ବଡ଼ ଭୟାବହ

  ନିରୀହ ଯାତ୍ରୀଙ୍କ ଯାଏ ଜୀବନ

ବେଗ ନିୟନ୍ତ୍ରଣ ଉତ୍ତମ ତାଲିମ

ଲୋଡ଼ା ସ୍ଥାନ କାଳ ସାବଧାନ ।

ହୋଇ ସୁସଂଯତ ସର୍ବଦା ସତର୍କ

 ନିଷ୍ଠାପର ଭାବେ କର କର୍ତ୍ତବ୍ୟ

କହନ୍ତି କଥାରେ ଭଲ କଥା ନୁହେଁ

 କାଣି ଗାଈଙ୍କର ଭିନ୍ନେ ଗୋଠ ।

ହେଉବା ନିଜର ଅନ୍ୟର କାହାର

  ଜୀବନ ଅମୂଲ୍ୟ ନାହିଁ ତା ତୁଲ

ଆସନ୍ତୁ ସଭିଏଁ ହୋଇବା ସଜଗ

  ସତର୍କତା ପ୍ରତି ରଖିବା ଧ୍ୟାନ ।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror