STORYMIRROR

କଳ୍ପନା ରାୟ

Horror Tragedy Action

4  

କଳ୍ପନା ରାୟ

Horror Tragedy Action

ମରୀଚିକା

ମରୀଚିକା

1 min
262


ଜୀବନଟା ଆଜି ମରୀଚିକା ପ୍ରାୟ

ଆଶା ତପ୍ତ ମରୁଵାଲି

ଖରା ପରେ ବର୍ଷା, ବର୍ଷା ପରେ ଶୀତ

ଆଉ ଆସୁନାହିଁ ଆଜିକାଲି


ମରୀଚିକାର ଜୀବନ ସାଉଁଟୁ ସାଉଁଟୁ

ଦେଖୁ ଖରା ବର୍ଷା ଶୀତକୁ ଏକାଠି

ଶୀତର କାକର ଭୂମି ଛୁଉଁ ଛୁଉଁ

ଖରା ଡହଡହ ପୁଣି ଲଘୁଚାପ ଡରାଉଛି


ପୁଅ ଜନ୍ମ କଲା ମୁହେଁ ନିଆଁ ଦେବ ବୋଲି

କୋଭିଢ୍ ରେ ସିଏ ମଲା

ମିଛ ମାୟା ପଛେ ଧାଇଁ ଧାଇଁ ଖାଲି

ପୋଲିସ ପୋଡିବା ଶାସ୍ତି ପାଇଲା


ହିଂସା ଦ୍ୱେଷ ମିଛ ମାୟା ପଛେ ପଡ଼ି

ଘାଣ୍ଟିହୁଏ ମିଛ ମରୀଚିକାରେ

ମଲା ବେଳେ ଟିକେ ପାଏ ନାହିଁ ପାଣି

କେହି ନ ଥାନ୍ତି ତା ପାଖରେ


ମରୁଭୂମିରେ ଯେଉଁ ମରୀଚିକା ଥାଏ

ହୁଏତ ସେ ପାରି ହେବ

ସଂସାର ସମାଜେ ମରୀଚିକା ରହେ

ଦଉଡ଼ି ଦଉଡ଼ି ମରିବ


ସ୍ଵପ୍ନର ରାଇଜ ଅଵାସ୍ତଵ ଦୁନିଆଁ

ପଛରେ ଦୌଡୁଛି ମଣିଷ

ବଡ଼ ହେଲା ଆଜି କାମନା ବାସନା

ଖାଉଛି କରୋନା ରାକ୍ଷସ


ସମୟ ସାଜିଛି ମାୟା ମରୀଚିକା

ମଣିଷ ପଡିଉଠି ଭୋଗେ ଯନ୍ତ୍ରଣା

କେବେ ଦେଖିଥାଏ ଦୁଃଖ ଦୁର୍ଘଟଣା

କେବେ ଜୀବନଟା ତ ମୃଗତୃଷ୍ଣା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Horror