STORYMIRROR

Prabhati Mahapatra

Horror Children

4  

Prabhati Mahapatra

Horror Children

ହଲୋଇନ୍

ହଲୋଇନ୍

1 min
239

ସାରା ବିଶ୍ଵବାସୀ ଧର୍ମ ଅନୁସାରେ 

ଉତ୍ସବ ପାଳନ୍ତି ହର୍ଷେ

ଆନନ୍ଦ ଉଲ୍ଲାସେ ବିତି ଯାଏ ଦିନ

କେବେ ଦୁଃଖ କେବେ ହସେ ।

ଖ୍ରୀଷ୍ଟ ଧାର୍ମାଲମ୍ବୀ ହଲୋଇନ଼ ପର୍ବେ 

ବଞ୍ଚନ୍ତି ରଙ୍ଗିନ୍ ମନେ

ଏକତ୍ର ପାଳନ୍ତି ବିଭିନ୍ନ ବେଶରେ

କିଏ ଭୂତ ପ୍ରେତ ଚିହ୍ନେ ।

ଅସ୍ଥି ମାଳେ ସଜ୍ଜା ଗୁମ୍ଫାର ଆଲୋକ

ମନୋରଞ୍ଜନର ସ୍ଥଳୀ

ଜୀବ ଜନ୍ତୁ କିବା ଭୁତ ମୁଖା ବେଶେ

ଏକକୁ ଆରେକ ବଳି ।

ଶର୍ବରୀ ଘେରିଛି ଧରା ପୃଷ୍ଠେ ଯେହ୍ନେ

ଚେମେଣିଆ ଉଡ଼ି ବୁଲେ

ଏପରି ସୌନ୍ଦର୍ଯ୍ୟ ଦେଖିଲେ ଯାହାକି

ହୃଦୟରୁ କିଏ ଭୂଲେ ।



Rate this content
Log in

Similar oriya poem from Horror