STORYMIRROR

Ajit Kumar Raut

Horror

4  

Ajit Kumar Raut

Horror

ବଳତ୍କାର

ବଳତ୍କାର

1 min
256


ପବିତ୍ର ଦେଶରେ ନାରୀ ବଳାତ୍କାର

ହୁଏ ଏଠି ନିତି ନିତି

ପ୍ରଭୁ ଜଗନ୍ନାଥେ ଭୟ ନ କରନ୍ତି

ପାପ ହୁଏ ନିତି ନିତି।୧।

ନାରୀ ଅଟେ ମାତା ନାରୀଟି ଭଉଣୀ

ନାରୀ ଇଷ୍ଟ ଦେବୀ ଜାଣ

ଲକ୍ଷ୍ମୀ ଠାକୁରାଣୀ ନାରୀ ହିଁ ଅଟନ୍ତି

ଅନ୍ନପୂର୍ଣ୍ଣା ଦେବୀ ଜାଣ।୨।

ସଂହାର ଦାତ୍ରୀ ସେ ପାଳନ ଦାତ୍ରୀ ସେ

ସ୍ତ୍ରୀ ରୂପଟି ମଧ୍ୟ ଜାଣ

କାମନା ବସରେ ଆକ୍ରାନ୍ତ ହୋଇଣ

ଦୁର୍ନୀତି କରେ ଦୁର୍ଜନ।୩।

ବଳାତ୍କାରେ ମୁକ୍ତି ନାହିଁ ଟି ତାହାର

ମୄତ୍ୟୁଦଣ୍ଡ ପାଏ ଜାଣ

ଦୀର୍ଘ ବର୍ଷ ପାଇଁ କାରାଗରେ ରହି

କଷ୍ଟରେ କାଟେଟି ପ୍ରାଣ।୪।

ଏପରି ଲୋକଙ୍କ ବହିଷ୍କାର ହେଉ

ସମାଜେ ନ ମିଳୁ ସ୍ଥାନ

ସବୁ କ୍ଷେତ୍ରେ ତାଙ୍କ ଧିକାର ହେଉଟି

ସାହାଯ୍ୟ ନ କରୁ ଜନ।୫।

ପବିତ୍ର ଦେଶରେ ନାରୀ ବଳାତ୍କାର

ହୁଏ ଏଠି ନିତି ନିତି

ପ୍ରଭୁ ଜଗନ୍ନାଥେ ଭୟ ନ କରନ୍ତି

ପାପ ହୁଏ ନିତି ନିତି।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror