ହରର୍
ହରର୍
ବଢ଼େପୁରୁଁ ଦିନେ ଉଠି ପଡ଼ଲିଁ
ଭୋର୍ ଚାଏରଟା ବଜେ ନ,
ନିଁଦ ନାଇଁ ହେଲା ସଖାଲ୍ ତକ୍
ଜଲଦି କାଠି କରି ଦେଲିଁ ନ ।
ପରସଁସା ପାଏଲିଁ ମାଇକିନାର୍ ନୁ
ଏତକି ଜଲଦି କେନ୍ତା ଉଠଲ,
ଜଲଦି ଉଠମି ଏଥର କହେଲିଁ
ଝୁମୁରା ଥିଁ ହେଲିଁ କଲବଲ ।
ବାର ବାଜିଗଲା ଜଲଦି ଜଲଦି
ଭାତ୍ ମୁଠେ ଦେଲିଁ ଖାଇ,
ଏକସୁରିଆ ଦଉଡ଼ିଲିଁ ଖଟକେ
ପଡ଼ମି ବଲିଁ ଟିକେ ସୁଇ ।
ସୁଇ ପଡ଼ଲିଁ ଗହିର ନିଦେଁ
ଦେଖଲିଁ ଗୁଟେ ସପନ୍,
ସପନ୍ ଦେଖିକରି ସରମି ଗଲିଁ
ଉଡ଼ିଗଲା ମୋର ପରାନ୍ ।
ଟଁଢ଼େଇ ଆଏ କି ପେତେନ୍ ଆଏ
ମୋର୍ ଆଗଆଡ଼େ ଠିଆ,
ଡରି ମରିକରି ଜୁହାର୍ କଲିଁ
ଉଡ଼ିଗଲା ମୋର୍ ହିଆ ।
ଚକୁ ଭୁଜାଲି ଟଁଗିଆ ଧରି
ଡରେଇ ଦେଲା ମତେ,
ଦିହି ମୁଡ୍ ମୋର୍ ଥରି ଯାଉଥାଏ
ମାଇକିନାର୍ ରଡ଼ି ସୁଇଛ କେତେ ।
ଚାଏଁ କରି ନିଦ୍ ଭାଗିଁଗଲା ସଥେଁ
ଛାତି ନ ଥୁକଲିଁ ମୋର୍,
ସପନ୍ ଟେ ଦେଖଲିଁ ମାଏ କି ସଥେଁ
ଇଟାକେ କହେସନ୍ ହରର୍ ।