STORYMIRROR

Bijoy Jena

Horror Classics Inspirational

4  

Bijoy Jena

Horror Classics Inspirational

ଅଜଣା ଚିଠି

ଅଜଣା ଚିଠି

1 min
238

ଅପେକ୍ଷାର ଅନ୍ତ    ଘଟାଇ ଆସିଛି

        ଅଜଣା ଚିଠି ଟି ଏକ

ଅପାଠୁଆ ବୁଢ଼ୀ    ମାଆ ମନେ ଖେଳେ

         ଆଶା ଆଶଙ୍କା ଝଲକ।


ପଡୋଶୀ ଘରର     ଝିଅ ପାଖୁ ଯାଇ

         କହିଲା ମାଆ ଲୋ ଖୋଲ

କେଉଁ କଥା ଏଠୀ    ଲେଖା ହୋଇଅଛି

         ମାନ ଟିକେ ମୋର ବୋଲ।


ଅଜଣା ଚିଠିରେ     ଲେଖା ହୋଇଅଛି

         ବୋଉ ଲୋ ପ୍ରଣାମ ନେବୁ

ତୋର ଅଲିଅଳି     କୁନା ବଞ୍ଚି ଅଛି

         ପଡୋଶୀ ଙ୍କୁ ବାର୍ତ୍ତା ଦେବୁ।


ଅଭାବୀ ଘରର     ଅଭାବ କଷଣ

         ନ ସହି ଚାଲି ଆସିଲି

ସଇନ ବିଭାଗେ     ରହିଛି ଲୋ ବୋଉ

          ଫଉଜ ବେଶ ସାଜିଲି।


ପାର୍ବଣ ସମୟେ     ଗାଆଁ ମାଟି ଯିବି

          ମନେ ତ ପଡୁଛି ନିତି

ତୋ ରନ୍ଧା ତୁଅଣ     ବାଡି ବାଇଗଣ

         ପିଲା ଦିନ ସାଙ୍ଗ ସାଥୀ।


ମନେ ପଡ଼ି ଯାଏ     ଗାଆଁ ତୋଟା ବଣ

         ତୋର ଆକଟ ପଣିଆ

ତୋ ସ୍ନେହ ସରାଗ    ଗେଲ ବସରର

         ଏଠାରେ କରେ କିମିଆ।


ଅଜଣା ଚିଠିର       ଦୁଇ ପଦ କଥା

          ଦୂର କରିଦେଲା ଭୀତି

ମୋ କୁନା ଆସିବ    ଘର ଉଛୁଳିବ

          ବୁଢ଼ୀ ମାଆ ପାଏ ଶାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror