ବାଲ୍ୟବିବାହ ଏକ କଳଙ୍କ
ବାଲ୍ୟବିବାହ ଏକ କଳଙ୍କ
ବିକଶେ ଶରୀର ବିକଶଇ ମନ
କୈଶୋର ଅବସ୍ଥା କାଳେ
ଅଠର ବରଷ ପୂର୍ବରୁ ବିବାହ
ସର୍ବଥା ନିଷେଧ ଅଟେ ।
କନ୍ୟା ସନ୍ତାନକୁ ମଣୁଥିଲେ ପୂର୍ବେ
ପରିବାର ପାଇଁ ବୋଝ
ପ୍ରଚଳିତ ପ୍ରଥା ଉତ୍ତମ ସ°ସ୍କାର
ମାନୁଥିଲା ଏ ସମାଜ ।
ଦାରିଦ୍ର୍ୟ କାରଣୁ କନ୍ୟା ସନ୍ତାନର
ଉପଯୁକ୍ତ ଶିକ୍ଷା ଦୀକ୍ଷା
ଦେବାକୁ ଉଚିତ ମଣୁତ ନଥିଲେ
କନ୍ୟାଙ୍କର ମାତାପିତା ।
ଅପ୍ରାପ୍ତ ବୟସେ ଗର୍ଭଧାରଣର
ନ ସହି ପାରି ବେଦନା
ଅଳପ ବୟସ୍କ ମାତୃ ମୃତ୍ୟୁ ହାର
ଅତିକ୍ରମୁ ଥିଲା ସୀମା ।
ବାଲ୍ୟ ବୈଧବ୍ୟର ପୀଡା ଦୁର୍ବିସହ
ଭାଷାରେ ଅବର୍ଣ୍ଣନୀୟ
ବିଚରା କନ୍ୟାଟି ମୁଣ୍ଡେ ଦେଇ ହାତ
ନିନ୍ଦୁଥିଲା ନିଜ ଭ
ାଗ୍ୟ ।
ଦେଖି ସମାଜର ଦୁଖ ଅଧୋଗତି
ଉନବିଂଶ ଶତାବ୍ଦୀରେ
ଇ°ରେଜ ଶାସକ ଆଇନ ବଳରେ
କୁପ୍ରଥାକୁ ନିଷେଧିଲେ ।
ସ୍ୱାଧୀନ ଭାରତେ ସଭିଏଁ ସମାନ
ନାହିଁ ଲିଙ୍ଗ ଭେଦାଭେଦ
ସଭିଏଁ ପଢିବେ ସଭିଏଁ ବଢିବେ
କନ୍ୟା ନୁହେଁ ମୂଲ୍ୟହୀନ ।
ସ୍ୱତନ୍ତ୍ର ନିଯୁକ୍ତି ନେତୃତ୍ୱ ବିକାଶେ
ଦିଆଯାଏ ସ°ରକ୍ଷଣ
ହୁଏ ସୁନିଶ୍ଚିତ ନାରୀଙ୍କୁ ସୁରକ୍ଷା
ପ୍ରାବଧାନ ପ୍ରଣୟନ ।
ବାଲ୍ୟ ବିବାହକୁ ନିରୁତ୍ସାହ ଅର୍ଥେ
ରହିଅଛି ନିଷେଧାଜ୍ଞା
ଦୁଇବର୍ଷ ଜେଲ ଏକଲକ୍ଷ ଟଙ୍କା
ହୋଇପାରେ ଜୋରିମାନା ।
କାୟମନୋବାକ୍ୟେ ହେଲେ ସଚେତନ
ସମାଜରେ ନାଗରିକ
ସଫଳ ହୋଇବ ଏହି ଅଭିଯାନ
ଭାରତ କଳଙ୍କ ମୁକ୍ତ ।