Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrasekhar Das

Horror Romance

4.5  

Chandrasekhar Das

Horror Romance

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
573


ମନେ ପଡେ ଆଜି ସେଇ ବର୍ଷା ରାତି

ଚାରିଆଡେ ଅନ୍ଧକାର

ଦୂରଦୁରାନ୍ତକୁ ଚାହିଁଲେ କେହି ବି 

ଆସୁନଥିଲେ ନଜର   |


ଘଡଘଡି ସାଥେ ବିଜୁଳି ଚମକ

ହେଉଥିଲା ଭୟଙ୍କର

ହାତକୁ ଭିଡି ମୋ ପାଖେ ଆସୁଥିଲ

ଥରୁଥିଲା ଏ ଶରୀର   |


କିଛି ଦୂରେ ଏକ ଆଶ୍ରୟ ସ୍ଥଳଟି

ଦେଖିଦେଇ ଥିଲେ ଯେବେ 

ମନରେ ଆଶ୍ବସ୍ତ ଆସିଲା ଆମର

ରାତି କଟିଯିବ ଏବେ   |


ସେଇ ଘରେ ଥିଲେ ବୁଢ଼ା ବୁଢ଼ୀ ଦୁଇ

ଆମକୁ ଦେଲେ ଆଶ୍ରୟ

ନିଜ ପିଲା ପରି ଯତ୍ନ ଆମ ନେଲେ 

ରହିଲାନି ଆଉ ଭୟ   |


ସାଙ୍ଗହୋଇ ଆମେ ଗୋଟେ ଟେବୁଲରେ

ଖାଇବାକୁ ବସିଥିଲେ

ପରିଚୟ ଦେଇ ଦୁହେଁ ଦୁହିଁଙ୍କର

ଆନନ୍ଦିତ ହୋଇଥିଲେ   |


ଗୋଟିଏ ରୁମରେ ରହିବାକୁ ଦେଲେ

ପରିଚୟ ସ୍ୱାମୀ ସ୍ତ୍ରୀର

କେମିତି କୁହନ୍ତି ତାଙ୍କ ଆଗେ କଥା

ପ୍ରେମିକ ମୁଁ ପ୍ରେମିକାର   |


ଗୋଟେ ବିଛଣାରେ ଶୋଇବାକୁ ଗଲେ

ପ୍ରଥମ ଏ ଅନୁଭୂତି

ବିବାହ ପୂର୍ବରୁ କିଛି ହେବ ଭାବି 

ଥରୁଥିଲା ଆମ ଛାତି  |


ଅଳ୍ପ ପାଖ ଆସି ଘୁଞ୍ଚି ଯାଉଥିଲ

ଲାଜରେ ଝାଉଁଳି ଯାଇ

କହିବାକୁ କିଛି ଚାଁହୁଥିଲା ହେଲେ

ଓଠ ଥିଲା ଚୁପ୍ ହୋଇ |


ଆଖି ମିଶିଥିଲା ନିଶବ୍ଦ ରାତିରେ 

ସ୍ପନ୍ଦନ ଶବଦ ଶୁଣି 

କେତେବେଳେ ନିଦ ଲାଗିଲା ଆଖିରେ

ପାରିଲେନି ଆମେ ଜାଣି   |


ସୂର୍ଯ୍ୟର କିରଣେ ନିଦ ମୋ ଭାଙ୍ଗିଲା

ଆଖି ଖୋଲି ଯେବେ ଚାହେଁ 

ବିଶ୍ୱାସ ହେଲାନି ଶ୍ମଶାନ ଭିତରେ

ଶୋଇଥିଲୁ ଆମେ ଦୁହେଁ  |


ସେଦିନ ଘଟଣା ଭୂଲି ପାରିବିନି

ପ୍ରେମ ସାଥେ ଥିଲା ଭୟ

ଦୁଇଟି ଜୀବନେ ନୂଆ ଘଟିଥିଲା 

ଭାବିଲେ ଥରେ ହୃଦୟ   |



Rate this content
Log in

Similar oriya poem from Horror