Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrasekhar Das

Classics Inspirational Others

4.5  

Chandrasekhar Das

Classics Inspirational Others

ବନ୍ଧୁଟେ ଖୋଜୁଛି

ବନ୍ଧୁଟେ ଖୋଜୁଛି

1 min
561


ପତ୍ର ଝଡା ବୃକ୍ଷେ ପତ୍ର ଝଡି ଯାଏ

କିଛି ଦୃଶ୍ୟମାନ ହୁଏ

ବିପଦ ସମୟେ ପାଖେ ଥାଏ ଯିଏ

ପ୍ରକୃତରେ ବନ୍ଧୁ ସିଏ     |


ବନ୍ଧୁ ଓ ବନ୍ଧୁତା ଦୁଇଟିର ମୂଲ୍ୟ

ରଖିଛି ଯିଏ ହୃଦୟେ

ଯେତେ ବଡ଼ ଦୁଃଖ ଆସୁବି ଜୀବନେ

ରକ୍ଷାକରେ ସେ ସମୟେ  |


ଜୀବନରେ କେତେ ବନ୍ଧୁ ମିଳିଯିବେ

ପ୍ରକୃତ ବନ୍ଧୁଟି ସେଇ

ଯିଏ ସ୍ୱାର୍ଥ ନୁହେଁ ଭଲପାଉଥିବ

ଅନ୍ଧର ଲଉଡ଼ି ହୋଇ    |


ଜୀବନ ପଥରେ ବନ୍ଧୁ ଆବଶ୍ୟକ

ଚାଲେ ସେ ହାତକୁ ଧରି

ସୁଖ ଦୁଃଖ ହେଉ ଅବା ମନ କଥା

ଶୁଣେ ସେ କାନକୁ ଡେରି  |


ସମୁଦ୍ର ଗର୍ଭରୁ ମୁକ୍ତା ମିଳିଥାଏ

ନଦୀ ଗର୍ଭେ ଶାଳଗ୍ରାମ

ପ୍ରକୃତ ବନ୍ଧୁଟେ ସଂସାରେ ଖୋଜିଲି

ବୃଥାରେ ଗଲା ମୋ ଶ୍ରମ  |


ସୁଦାମ ପରିକା ବନ୍ଧୁଟେ ଖୋଜୁଛି

ନ ଥାଉ ତା ପାଖେ କିଛି

ଖୁଦ କଣିକାରେ ଖୁସି ହୋଇ ନିଜେ

ଲୁହ ତାର ଦେବି ପୋଛି   |


କର୍ଣ୍ଣ ପରି ପଣ କରିବି ତା ଆଗେ

ବନ୍ଧୁତ୍ୱର ରଖି ମାନ

ସୁରକ୍ଷା ଯେ ତାର କରୁଥିବି ସଦା

ଥିବାଯାଏ ମୋ ଜୀବନ   |


ପୁରାଣରେ ଆଉ ଅଛି ଇତିହାସେ

ବନ୍ଧୁତାର ବହୁ ଲେଖା

ଜୀବନ ଦୀପରେ ଜଣେ ଘିଅ ହେଲେ

ଜଣେ ଆଲୋକର ଶିଖା  |


କୋଇଲା ଖଣିରୁ ହୀରା ମିଳିଥାଏ

କେତେ ଅବା ମୂଲ୍ୟବାନ

ଏପରି ବନ୍ଧୁଟେ ପାଇଥିବ ଯିଏ

ସିଏ ହେଲା ଭାଗ୍ୟବାନ   |


Rate this content
Log in

Similar oriya poem from Classics