Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrasekhar Das

Inspirational Others

4.5  

Chandrasekhar Das

Inspirational Others

ମାୟା ସଂସାର

ମାୟା ସଂସାର

1 min
601


ସଂସାର ସାଗରେ ପଂହଁରୁଛେ ଆମେ

ପ୍ରଫୁଲ୍ଲିତ କରି ମନ

ଥକିଯିବ ଯେବେ ଆମ ହାତ ଗୋଡ

ବୁଡି ଚାଲିଯିବ ପ୍ରାଣ  |


ବଞ୍ଚିବାର ବାଟ ଖୋଜୁ ଥାଉ ଯଦି

ଧରୁଥାରେ ତାର ନାମ

ଅଥଳ ଜଳରୁ ଉଦ୍ଧାର କରିବ

ଦଇବ ଦଉଡ଼ି ସମ    |


ମାୟାର ସଂସାର ଭାରି ଭଲ ଲାଗେ

ମାୟାରେ ବୁଡି ରହିଲେ

ଆଧ୍ୟାତ୍ମିକତା ତୋ ଜାଗ୍ରତ ହୋଇବ

ତା ସାଥେ ଭାବ ବାନ୍ଧିଲେ   |


ସଂସାର କରିବା କିଛି ଭୂଲ ନୁହେଁ

ବିଧିର ନିୟମ ଏହି

ଯାହା ପାଇଁ ଆଜି ଦୁନିଆ ଦେଖୁଛେ

ତା ପାଇଁ ସମୟ ନାହିଁ   |


ଜୀବନର କିଛି ମୂହୁର୍ତ୍ତ ତୋହର

ତା ନାମରେ ହେଉ ଲେଖା

ଜୀବ ଗଲା ବେଳେ କୃପା ଯଦି ହୁଏ 

ତା'ସାଥେ ହୋଇବ ଦେଖା ।


ଯଉଠି ଯାହାବି ଯେମିତି ରହିଛି

ରହିଥିବ ସବୁବେଳେ

ଖାଲି ହାତେ ଆସି ଲୋଭର ଶିକାରେ

ନବାପାଇଁ ମନ ବଳେ  |


କହୁଥିବୁ ଯେତେ ତୋରମୋର ଆଉ

ମନରେ ରଖିବୁ ଇର୍ଷା

ସମ୍ପର୍କ ଦଉଡି ଛିଡି ସଭିଙ୍କଠୁ

କେହି ନହେବେ ଭରସା  |


ଋତୁଚକ୍ର ବୁଲି ଖରା ବର୍ଷା ଶୀତ

ଚାଲିଛି ମାନି ନିୟମ

ସେମିତି ଆସୁଛି ସୁଖ ପରେ ଦୁଃଖ

ନ ଡରି କରିବା କର୍ମ   ।


କର୍ମ କରିଚାଲ ଫଳର ଆଶାକୁ

ରଖ ନାହିଁ ମନେ କେବେ

ପାଇବାର ଯିଏ ଯୋଗ୍ୟଥାଏ ତାକୁ

ମିଳେ ଦରକାର ଯେବେ |


ଆଜିର ସମୟ କାଲି ଆସିବନି

ସଭିଙ୍କୁ ଏ କଥା ଜଣା

କରମ ସହିତ ତା ନାମ ଧରିଲେ 

ହେବାନାହିଁ ବାଟବଣା   |


Rate this content
Log in

Similar oriya poem from Inspirational