Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrasekhar Das

Romance Crime Others

4.5  

Chandrasekhar Das

Romance Crime Others

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
444


ତୁମକୁ ଦେଲି ମୁଁ ମୋ ପ୍ରେମର ରାଣ 

କରିବନି ମତେ ପର

ସାଥି ହୋଇ ରହିବାକୁ ତୁମ ସାଥେ

ଲେଖା ନାହିଁ ମୋ ଭାଗ୍ୟର   |


ରହିଲେବି ତୁମଠାରୁ ଯେତେ ଦୂରେ

ତୁମେ ଅଛ ମୋ ମନରେ

ଆକାଶ ଧରିତ୍ରୀ ଅଲଗା ହେଲେବି

ଯୋଡି ହୁଏ ବରଷାରେ    |


ଅଜଣାରେ ଗୋଟେ ଭୂଲ୍ ହୋଇଗଲା 

ହଜିଗଲା ମୋର ଖୁସି

ବିଶ୍ୱାସରେ ବିଷ ଦେଇଦେଲା ବନ୍ଧୁ

ହୋଇଗଲି ପରଦେଶୀ    |


ସାଧବପୁଅ ମୁଁ ବାଣିଜ୍ୟ ଲୋଭରେ

ଆସିଥିଲି ପରଦେଶ

ଛଳ କରି ବନ୍ଧୁ ନେଇଗଲା ସବୁ

ଭୋଗୁଛି ମୁଁ କାରାବାସ    |

  

ଭରସା ବିଶ୍ୱାସ ରଖି ମୁଁ ପ୍ରେମରେ

କାଟେ ଦିନ ନିରବରେ

ସମୟ ସରୁନି ସବୁ ଏକା ଲାଗେ

ଦିନ ରାତି ମୋ ପାଖରେ ।


ଆସିଥିଲି ଏଠି ଭାବିଥିଲି କିଛି

ଧନ ଉପାର୍ଜନ କରି

ତୁମକୁ ବିବାହ କରିବି, ଘରକୁ 

ଆଣିବି ହାତକୁ ଧରି  ।


ସବୁ କାହାଣୀର ଶେଷ କି ମିଳନ 

ବିଛେଦ ବି ହୋଇଥାଏ

ପାଇବାର ଖୁସି ଅଧିକ ହୁଏନି

ତ୍ୟାଗରେ ଯା ମିଳିଥାଏ ।


ସ୍ଵପ୍ନ ତ ଦେଖିଛି ଜୀବନେ ଅନେକ

ତୁମକୁ ସାଥିରେ ନେଇ

ଏବେ ଲାଗେ ମୋତେ ସବୁ ସ୍ବପ୍ନ ମୋର 

ରହିବ ଅଧୁରା ହୋଇ  ।


କେବେବି ଭାବିନି ତୁମଠୁ ଅଲଗା

ବଞ୍ଚିବା ହେବ ଏମିତି

ଜଳର ଅଭାବେ ଛଟପଟ ହୁଏ 

ବିଚରା ମୀନ ଯେମିତି ।


ଭେଟ ହେବନାହିଁ ତୋରମୋର ଆଉ

ହେବ କାଳେ ଯଦି ମଲେ 

ଦୁଃଖ କରିବନି ଜୀବନ ଜିଇଁବ

ସଂସାର କରିବ ଭଲେ  ।

      


Rate this content
Log in

Similar oriya poem from Romance