Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Sukanti Hotta

Horror Tragedy Thriller

3.9  

Sukanti Hotta

Horror Tragedy Thriller

ତମାଖୁ ନିଶା

ତମାଖୁ ନିଶା

1 min
165


ଏତେ ପାଠପଢି ମୂର୍ଖ ଥିଲି

ସିଗାରେଟ ପିଇ ଉଦ୍ଧତ ହେଲି

ମାଆବାପା କଥା ଖାତିରି ନକରି

ସାଙ୍ଗ ସହ ବୁଲୁଥିଲି ।

ତମାଖୁ ସେବନ ଥିଲା ମୋ ଜୀବନ

ଆନନ୍ଦ ନେଉଥିଲି

ଘରଲୋକଙ୍କ ବାରଣ ସତ୍ୱେ

ଲୁଚିଛପି ପିଉଥିଲି ।

ଭଲ ଉପଦେଶ ପିତା ଲାଗୁଥିଲା

ଏବେ ଜଣା ପଡିଲା

ଛାତିର ଯନ୍ତ୍ରଣା ଦିନକୁ ଦିନ

ପ୍ରବଳ ହୋଇଲା ।

ଡାକ୍ତର ଆସି ନାଡ଼ିକୁ ଦେଖି

ସବୁ ବୁଝାଇ ଦେଲେ

ତମାଖୁ ଜୀବନ ନେବାକୁ ବସିଛି

ଘର ଲୋକଙ୍କୁ କହିଲେ ।

କେତେ ମାନସିକ ପରିବାର କଲେ

ଡାକ୍ତର ଦେଖାଇଲେ

ଘର ଜମି ସବୁ ବନ୍ଧା ପକେଇ

ମୋ ପାଇଁ ସବୁ ସାରିଲେ ।

ସବୁ ଦେଖି ଶୁଣି ଅନ୍ତରାତ୍ମା ମୋର

ଧିକାର କରୁଥିଲା

ମୋ ପରି ଅଭାଗା ସୁନା ସଂସାରକୁ

ଛାରଖାର କରିଦେଲା ।

ଯନ୍ତ୍ରଣାରେ ମୁଁ ଛଟପଟ ହୋଇ

ଇହଧାମ ଛାଡ଼ିଲି

ମର୍ତ୍ୟରେ ମୁଁ ପ୍ରେତ ହୋଇକରି

ଘରଘର ବୁଲିଲି ।

ସୁଖର ସଂସାର ଉଜାଡି ଦେଲି

ତମାଖୁ ସେବନ କରି

ଅମୁଲ୍ୟ ସମ୍ପଦ ମୋର ପରିବାର

ଏବେ ମୁଁ ବୁଝି ପାରିଲି ।

ବାପାମାଆ ସ୍ତ୍ରୀ ଛୁଆ ପିଲାମାନେ

ମୋତେ ଭଲ ପାଉଥିଲେ

ସ୍ୱାସ୍ଥ୍ୟହିଁ ଅମୁଲ୍ୟ ସମ୍ପଦ କହି

କେତେ ବୁଝାଉ ଥିଲେ ।

ଅବୁଝା ମୁଁ ଥିଲି ବୁଝି ମୁଁ ନଥିଲି

ତମାଖୁ ନିଏ ଜୀବନ

ଅତି କଷ୍ଟଦେଇ ଭିକାରୀ କରି

ନେଇ ଯାଏ ଆମ ପ୍ରାଣ ।

ଭୂତ ହୋଇକରି ଆଜି ବୁଝାଉଛି

ପରିବାର ଅଟେ ବଡ଼

ତମାଖୁ ବର୍ଜନ କର ଭାଇ ବନ୍ଧୁ

ସୁଖରେ ସଂସାର ଗଢ ।


Rate this content
Log in