Turn the Page, Turn the Life | A Writer’s Battle for Survival | Help Her Win
Turn the Page, Turn the Life | A Writer’s Battle for Survival | Help Her Win

Sukanti Hotta

Inspirational

4.5  

Sukanti Hotta

Inspirational

ପରିଶ୍ରମର ଫଳ

ପରିଶ୍ରମର ଫଳ

1 min
23.9K


ଭାର ଉତ୍ତୋଳନ ଅଭ୍ୟାସରେ

ପିଲାବେଳୁ ମଜ୍ଜିଥିଲି

ଟିଭିରେ ଦିନେ ନା ଆସିବ

ସବୁବେଳେ ଭାବୁଥିଲି


ପାଠ ମୋର ଭଲ ହେଉନଥିଲା

ଘରେ ଗାଳି ଶୁଣୁଥିଲି

ସ୍ୱପ୍ନକୁ ସତ କରିବା ପାଇଁ

ଅଭ୍ୟାସ କରୁଥିଲି


ସ୍ବପ୍ନ ମୋର ସତ ହୋଇଗଲା

ଅସୁମାରୀ ଖୁସି ଦେଇ

ଅଲମ୍ପିକରେ ଖେଳିବା ପାଇଁ

ସିଲେକ୍ସନ ହେଲି ମୁଁହି


ଖୁସି ଖବର ଘରେ ଶୁଣିକରି

ଅତି ଆନନ୍ଦ ହେଲେ

ସାହିପଡିଶା ସଭିଙ୍କ ଘରେ

ମିଠା ବାଣ୍ଟି ଦେଲେ


ପୁରା ଦେଶବାସୀ ବିଜୟ ପାଇଁ

ଭଗବାନଙ୍କୁ ଡାକିଲେ

ମୋର ମାଆବାପା ଆମ ଗାଁରେ

ସନମାନ ପାଇଲେ


ଅଭ୍ୟାସଯୋଗେ ସବୁ ସମ୍ଭବ

ନିଶ୍ଚୟ ହୋଇବ

ପରିଶ୍ରମ ଫଳ ସବୁଠାରୁ ମିଠା

ଖୁସି ଭରିଦେବ l



Rate this content
Log in

More oriya poem from Sukanti Hotta

Similar oriya poem from Inspirational