STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମୋ ଗାଁ ମୋ ସଂସ୍କୃତି

ମୋ ଗାଁ ମୋ ସଂସ୍କୃତି

1 min
251


ଆହା କି ସୁନ୍ଦର୍ କେଡ଼େ ମନୋହର

  ପ୍ରଧାନ ପଡା ମୋ ଗାଁ

ସବୁ ପଡା ମଧ୍ୟେ ଶ୍ରେଷ୍ଠ ଅଟେ ପରା

  ଏମିତି ପରା ତା ନାଁ।

   ପ୍ରଧାନ ପଡା ମୋ ଗାଁ ।


ଉତ୍ତର ରେ ବହେ ବିରୂପା ତଟିନୀ

  ଦକ୍ଷିଣେ ସବୁଜ କ୍ଷେତ

ପୂର୍ବେ ଇଷ୍ଟ ଦେବ ମଦନମୋହନ

  ହୋଇଛନ୍ତି ବିରାଜିତ

ପଶ୍ଚିମରେ ଗ୍ରାମ ଦେବୀ ମୋ ଅଛନ୍ତି

  ସଦା ହୋଇଥାନ୍ତି ସାହା

   ପ୍ରଧାନ ପଡା ମୋ ଗାଁ ।


ମୋ ଗାଁ ସଂସ୍କୃତି ଅଟଇ ମହାନ

  ବାର ମାସେ ତେର ଯାତ

ଜାତି ଧରମ ର ଭେଦାଭେଦ ନାହିଁ

  ସଭିଏଁ ହୋଇ ଏକତ୍ର

ପରବ ପାଳନ୍ତି ସେନେହ ବାଣ୍ଟ ନ୍ତୀ

  ପରସ୍ପରେ ହୋଇ ସାହା

  ପ୍ରଧାନ ପଡା ମୋ ଗାଁ ।


ଦୋଳ ଦୁର୍ଗା ପୂଜା ରଜ ମଉଜ ରେ

  ମୋ ଗାଁ ଉଠେ ହସି

ଚନ୍ଦନ ଯାତରା ରାକ୍ଷୀ ପୁନେଇଁ ରେ

  ସଭିଏଁ ଥାଆନ୍ତି ମାତି

ମୋ ଗାଁ ମାଟି ମୋ ଗାଁ ସଂସ୍କୃତି

  ସବୁବେଳେ ଥାଏ ନୂଆ

  ପ୍ରଧାନ ପଡା ମୋ ଗାଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational