ମୋ ଗାଁ ମୋ ସଂସ୍କୃତି
ମୋ ଗାଁ ମୋ ସଂସ୍କୃତି
ଆହା କି ସୁନ୍ଦର୍ କେଡ଼େ ମନୋହର
ପ୍ରଧାନ ପଡା ମୋ ଗାଁ
ସବୁ ପଡା ମଧ୍ୟେ ଶ୍ରେଷ୍ଠ ଅଟେ ପରା
ଏମିତି ପରା ତା ନାଁ।
ପ୍ରଧାନ ପଡା ମୋ ଗାଁ ।
ଉତ୍ତର ରେ ବହେ ବିରୂପା ତଟିନୀ
ଦକ୍ଷିଣେ ସବୁଜ କ୍ଷେତ
ପୂର୍ବେ ଇଷ୍ଟ ଦେବ ମଦନମୋହନ
ହୋଇଛନ୍ତି ବିରାଜିତ
ପଶ୍ଚିମରେ ଗ୍ରାମ ଦେବୀ ମୋ ଅଛନ୍ତି
ସଦା ହୋଇଥାନ୍ତି ସାହା
ପ୍ରଧାନ ପଡା ମୋ ଗାଁ ।
ମୋ ଗାଁ ସଂସ୍କୃତି ଅଟଇ ମହାନ
ବାର ମାସେ ତେର ଯାତ
ଜାତି ଧରମ ର ଭେଦାଭେଦ ନାହିଁ
ସଭିଏଁ ହୋଇ ଏକତ୍ର
ପରବ ପାଳନ୍ତି ସେନେହ ବାଣ୍ଟ ନ୍ତୀ
ପରସ୍ପରେ ହୋଇ ସାହା
ପ୍ରଧାନ ପଡା ମୋ ଗାଁ ।
ଦୋଳ ଦୁର୍ଗା ପୂଜା ରଜ ମଉଜ ରେ
ମୋ ଗାଁ ଉଠେ ହସି
ଚନ୍ଦନ ଯାତରା ରାକ୍ଷୀ ପୁନେଇଁ ରେ
ସଭିଏଁ ଥାଆନ୍ତି ମାତି
ମୋ ଗାଁ ମାଟି ମୋ ଗାଁ ସଂସ୍କୃତି
ସବୁବେଳେ ଥାଏ ନୂଆ
ପ୍ରଧାନ ପଡା ମୋ ଗାଁ ।
