STORYMIRROR

Debashis Pati

Inspirational

3  

Debashis Pati

Inspirational

ଅବୁଝା ମନ

ଅବୁଝା ମନ

1 min
182

ଅଭିମାନୀ ମନ ମୋର 

ବେଳେ ବେଳେ ଅବୁଝା ହୁଏ 

ଖୁବ୍ ମନେପଡେ ଅତୀତର ସ୍ମୃତି ସବୁ 

କାନ୍ଦିବାକୁ ଇଚ୍ଛା ହୁଏ 

ଲୁଚାଇ ରଖିବାକୁ ଲୁହକୁ ବାଧ୍ଯ କରେ

ଅବୁଝା ମନର କୋହ ସବୁ ଜମାଟ ବାନ୍ଧି 

ଭାବି ଭାବି ଅନ୍ଧକାର ଘରେ 

କାନ୍ଦିବାର ଇଚ୍ଛା ଆଉ ବୋଲ ମାନେନାହିଁ 

ବୟସଟା ମନେ ପକାଇ ଦିଏ 

ଲାଜର ମେଘ ଘୋଡାଇ ହୋଇପଡେ 

ସତେ ଯେମିତି ଅନ୍ଧକାର ରାତ୍ରିରେ

ଜହ୍ନ ହୋଇ ତୁମେ ଉଙ୍କି ମାରି ବଶ

ଆଲୋକ ର ଆଲୋକ ରେ ସନ୍ତର୍ପିତ ମନ 

ଅତି ଅବୁଝା ହୋଇଉଠେ 

ପଥର ର ଶିଳା ଭେଦ କରି

ଆଗ୍ନେୟ ଗିରିର ଲାଭା ଉଦବେଳିତ ହୁଏ 

ଧକ୍କା ଖାଇଲା ପରେ ଅଭିମାନୀ ମନ ମୋର 

ଲୁହ ହୋଇ ବହିଯାଏ ବରଫ ଆକାରରେ 

ତୁମେ ବୁଝାଇ ଦେଲା ପରେ 

ଅବୁଝା ମନଟା ଖୁବ୍ ଶାନ୍ତ ହୋଇଯାଏ 

ଭାବି ବସେ ମୋ ଅଭିମାନୀ ମନଟା 

କାହିଁକି ଏତେ ଅବୁଝା ହୁଏ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational