ଅବୁଝା ମନ
ଅବୁଝା ମନ
ଅଭିମାନୀ ମନ ମୋର
ବେଳେ ବେଳେ ଅବୁଝା ହୁଏ
ଖୁବ୍ ମନେପଡେ ଅତୀତର ସ୍ମୃତି ସବୁ
କାନ୍ଦିବାକୁ ଇଚ୍ଛା ହୁଏ
ଲୁଚାଇ ରଖିବାକୁ ଲୁହକୁ ବାଧ୍ଯ କରେ
ଅବୁଝା ମନର କୋହ ସବୁ ଜମାଟ ବାନ୍ଧି
ଭାବି ଭାବି ଅନ୍ଧକାର ଘରେ
କାନ୍ଦିବାର ଇଚ୍ଛା ଆଉ ବୋଲ ମାନେନାହିଁ
ବୟସଟା ମନେ ପକାଇ ଦିଏ
ଲାଜର ମେଘ ଘୋଡାଇ ହୋଇପଡେ
ସତେ ଯେମିତି ଅନ୍ଧକାର ରାତ୍ରିରେ
ଜହ୍ନ ହୋଇ ତୁମେ ଉଙ୍କି ମାରି ବଶ
ଆଲୋକ ର ଆଲୋକ ରେ ସନ୍ତର୍ପିତ ମନ
ଅତି ଅବୁଝା ହୋଇଉଠେ
ପଥର ର ଶିଳା ଭେଦ କରି
ଆଗ୍ନେୟ ଗିରିର ଲାଭା ଉଦବେଳିତ ହୁଏ
ଧକ୍କା ଖାଇଲା ପରେ ଅଭିମାନୀ ମନ ମୋର
ଲୁହ ହୋଇ ବହିଯାଏ ବରଫ ଆକାରରେ
ତୁମେ ବୁଝାଇ ଦେଲା ପରେ
ଅବୁଝା ମନଟା ଖୁବ୍ ଶାନ୍ତ ହୋଇଯାଏ
ଭାବି ବସେ ମୋ ଅଭିମାନୀ ମନଟା
କାହିଁକି ଏତେ ଅବୁଝା ହୁଏ ।
