ବସନ୍ତର ଆଗମନେ
ବସନ୍ତର ଆଗମନେ


ତୁମେ ଆସିଛ ବସନ୍ତ ?
ତୁମରି ଆଗମନେ ଦେଖ ଫଗୁଣ ଟା
ରଙ୍ଗ ର ପସରା ମେଲିଛି
ଅଗଣାରେ ଆମ୍ବ ବଉଳର
ସୁରଭି ଚହଟି ଯାଉଛି
ଛୁଉଁଛି ଦେହସାରା ମୃଦୁ ମୃଦୁ
ମଳୟର ଶିହରଣ
ସ୍ବାଗତ ଜଣାଉଛି
କୋଇଲିର କୁହୁ କୁହୁ ତାନ ।।
ତୁମେ ଆସିଛ ବସନ୍ତ?
ତବ ଆଗମନେ....
ଧରଣୀର ତାଳୁରୁ ତଳିପା ଯାଏ
ଭରିଛି ନବଯୌବନରେ,
ପଲ୍ଲୀ ପ୍ରକୃତିର
ସବୁଜ ବନାନୀ ଆଖିଠାରେ ,
ମନର ଗହନ କାନନେ
ଶୁଭୁଛି କୋଇଲିର
କୁହୁ ତାନ ଭରା ବଂଶୀ ସ୍ବନ
ବିସ୍ତୀର୍ଣ୍ଣ ଭାବନାର
ଭାବ ପଠାରେ ।।
ତୁମେ ସତରେ ଆସିଛ ବସନ୍ତ ?
ତବ ରଙ୍ଗୀନ ଫଗୁଣ ଟା
ବୋଳି ଦେଉଛି ଦେହ ସାରା
ଏକ ନବ ଉନ୍ମାଦନ
ପତ୍ରଝଡା ତରୁଲତା ମାନ
ପୁଣି କଅଁଳି ସ୍ବାଗତ କରୁଛି
ଇନ୍ଦ୍ରଧନୁର ସପ୍ତରଙ୍ଗ ଛିଟା ରେ
ହୋଇ ଲୀନ ।।
ତୁମ ପାଇଁ
ନିଜ ଧୁନ୍ ରେ ...
କଳ୍ପନା ରେ ମଗ୍ନ
ଜୀବନ ର ପ୍ରତିଟି ମୂହୁର୍ତ୍ତ,
ଖୋଜୁଛି ସୁନ୍ଦର ଘାସ ଗାଲିଚା
ଫୁଲର ମହକରେ...
ପବନ ଦୋଲିରେ....
ଦୂର ଦିଗନ୍ତରେ...
ହଜି ଯିବାକୁ ତାର
ମିଠା ମିଠା ଆଶ୍ଲେଷ ରେ...।।