STORYMIRROR

Debashis Pati

Inspirational

3  

Debashis Pati

Inspirational

ବେଦରଦୀ ପ୍ରେମ

ବେଦରଦୀ ପ୍ରେମ

1 min
172

ଫଗୁଣ ଝୁଣ୍ଟିପଡିଚି ଏଇ କିଛି ଦିନ ହେବ

ମଳୟ ବି ଭୁଲିଛି ବାଟ

ଆଉ ବସନ୍ତ ଲେଖୁଛି ଚିଠି ହେଲେ

ଲେଖୁନି ଠିକଣା 

ତୁମ ବୟସର କୃଷ୍ଣଚୂଡା ରଙ୍ଗରେ ।।

ଜାଣିଛ ନା ତୁମେ !!

ମୋ ସହରେ ପ୍ରଜାପତି ମାନଙ୍କ ଭିଡ଼ରେ

ମୁଁ ଅଣନିଃଶ୍ୱାସୀ ହୋଇଥିଲି ସତ

ଯେଉଁଠି ବିକଳ ଭଅଁରର ଅଳି

ଆଉ ମଧୁପର ନିବିଡ଼ ନିବେଦନ

ଅବୁଝା ସୃଷ୍ଟିକୁ କରୁଥିଲା ବ୍ୟସ୍ତ

 ଆଜି ସେମାନେ ମୃତ ।।

ଜାଣିଛ ନା କାହିଁକି !!

ତୁମ ଶବ୍ଦ ମାନଙ୍କର ଗଭୀର ଆଲିଙ୍ଗନ

ଆଉ ଭାବନାରେ ? ମୁଁ ଯେ ସଦ୍ୟସ୍ନାତା 

ବିଭୋର ହେବାର ନୀରବ କୋଳାହଳରେ 

ମୁଁ ଆଉ ମୁଁ ହୋଇ ନଥିଲି ତ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational