STORYMIRROR

Debashis Pati

Romance

3  

Debashis Pati

Romance

ସମୟର ଅନ୍ତରାଳେ

ସମୟର ଅନ୍ତରାଳେ

1 min
143

ଯେତେବେଳେ ସମୟ ସହ

ବିତିଯାଇଥିବା ମୁହୂର୍ତ୍ତ ମନେପଡେ

ସେତେବେଳେ ଅମାନିଆ ଆଖିରୁ

ଦୁଇଧାର ଅଶ୍ରୁ ଝରି ପଡେ

ମାତ୍ର ଆଖି ନିଜକୁ ଧିକ୍କାର କରେ

ମୃଦୁ ସ୍ମିତହାସ୍ୟ ମଧ୍ୟରେ

ଏମିତିବି ସମୟ ଫେରିଆସେ

ଯେତେବେଳେ ପଛକୁ ଫେରି ଚାହିଁଲେ

ସେହି ସମୟରେ ବିତିଥିବା ଅତୀତ

ମନେପଡିଯାଏ,ସେହି ରାସ୍ତାରେ 

ସେହି ମନ୍ଦିର ପ୍ରାଙ୍ଗଣରେ

ହସ ହସ ମୁହଁରେ ଦେଇଥିବା ପ୍ରତିଜ୍ଞା

ମାତ୍ର ସେହି ପ୍ରତିଜ୍ଞାକୁ ଭୁଲି ଯାଇଥିବା

ସେହି ମଣିଷ ମନେପକାଏନି,ସେ ଥାଏ 

ନିଜ ରାସ୍ତାରେ,କିନ୍ତୁ ସେହି ସମୟ

ବିତିଥିବା ମୁହୂର୍ତ୍ତ ସ୍ମୃତି ହୋଇଯାଏ ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance