STORYMIRROR

Debashis Pati

Abstract

4  

Debashis Pati

Abstract

ଗୁରୁ

ଗୁରୁ

1 min
319

ସୁପ୍ତ ଜ୍ଞାନକୁ ଜାଗ୍ରତ କରନ୍ତି 

   ବିଦ୍ୟାର ସ୍ପର୍ଶ ଦେଇ,

ଅନ୍ଧାରୀ ଜୀବନେ ଆଲୋକ ଭରନ୍ତି

  ଗୁରୁଦେବ ପରା ସେଇ।।

ବିଶ୍ବ ପରା ଦିଶେ ଗୁରୁଙ୍କ ଭିତରେ 

  ଗତି,ମୁକ୍ତି ଦାତା ସିଏ,

ତାଙ୍କ ଆତ୍ମଜ୍ଞାନ ଶିଷ୍ୟ ଜୀବନକୁ 

  ସୁମହତ କରିଥାଏ।।

ଏକ ଓ ଅଭିନ୍ନ, ଈଶ୍ୱର ଓ ଗୁରୁ 

  ସିଦ୍ଧ ପୁରୁଷ ଯେ ସେହି,

ସତ ମାର୍ଗରେ ବାଟ କଢାଇ ନିଅନ୍ତି 

  ଆତ୍ମ ଉପଲବ୍ଧି ଦେଇ।।

ଜ୍ଞାନ ବିନା ପରା  ଜୀବନ ଅସାର

 ଆତ୍ମା ଶୂନ୍ୟ ଦେହ ଲାଗେ,

ଗୁରୁୁଙ୍କ ଆଶିଷ ଶିକ୍ଷା ଦିକ୍ଷା ପାଇ

 ଜ୍ଞାନର ଆଲୋକ ଜାଗେ।।

ଗୁରୁ ପରା ବ୍ରହ୍ମା ଅଟନ୍ତି ସେ ବିଷ୍ଣୁ

  ସେହି ପରା ମହେଶ୍ୱର,

କର୍ତ୍ତବ୍ୟ ପଥରେ ଆଗେଇବା ଆମେ

  ଲଭି ଆଶିଷ ତାଙ୍କର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract