STORYMIRROR

Debashis Pati

Inspirational

3  

Debashis Pati

Inspirational

କଳିଆର ଡୋରି

କଳିଆର ଡୋରି

1 min
24

ପ୍ରତି ମନ କୋଣ ଅନୁକୋଣରେ

ପହିଲି ଆଷାଢ଼ର ପହିଲି ବର୍ଷା ତୁମେ

ଶବ୍ଦ ଖୋଜେ ଆଙ୍କିବାକୁ,ତୁମ ଅପରୂପ ବର୍ଣ୍ଣନା

ଝପଝପ ରୁଣଝୁଣ ଶବ୍ଦରେ ପାଦ ଥାପ

ମାଟି ମା'ର କୋଳରେ ମୌସୁମୀର ସ୍ପର୍ଶରେ

ଆଶା ଆକାଂକ୍ଷାର ଭୂଗୋଳ ସୃଷ୍ଟି କରେ

ତୁମ ସ୍ପର୍ଶରେ ମାଟି ମହକେ ବାସ୍ନାରେ

ପ୍ରେମ ଅନୁରାଗେ ମାଟି ବି ମୁକ୍ତିର ଗୀତ ରଚେ

ମେଘ ମାଟିର ମିଳନ,ପ୍ରେମ ପ୍ରୀତିର ବାସ୍ନାରେ

ବାସ୍ନାୟିତ ଏ ପୃଥିବୀ ଶସ୍ଯଶ୍ଯାମଳା ଧରେ

ପ୍ରାଣଭରେ ଅପୂର୍ବ ଆନନ୍ଦ,ଅନୁଭୂତିରେ ସଂଚରିଯାଏ

ଅନାହୂତ ଅବ୍ଯକ୍ତ ପରିପ୍ରକାଶ

ସୁନ୍ଦର ସୃଷ୍ଟିରେ ସୃଜନା ତୋଳ ତୁମେ

ପହିଲି ଆଷାଢ଼ର ପହିଲି ବର୍ଷା ତୁମେ ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational