ପଖାଳ ଦିବସ
ପଖାଳ ଦିବସ

1 min

16
ସଜ ପଖାଳରେ
ଦହି ପଡ଼ିଥିବ
ଭାସୁ ଥିବ ଆମ୍ବ କଷି ,
ବଡ଼ି ଚୂରା ସାଥେ
ଧଣିଆ ଚଟଣି
ବାସୁ ଥିବ ବେଶି ବେଶି ।
ଚିଙ୍ଗୁଡ଼ି କଲରା
ରାଇତା ସାଙ୍ଗକୁ
ଗୋଟା ବାଇଗଣ ଭଜା ,
ଭେଣ୍ଡି ପୋଡ଼ା ସାଥେ
ରସୁଣ, ତେନ୍ତୁଳି
କଞ୍ଚା ଲଙ୍କା ଦେବ ମଜା ।
ଲେଉଟିଆ ଶାଗ
ଲେଉଟି ଚାହୁଁଛି
କଷି କାକୁଡ଼ିକୁ ଦେଖି ,
ଡେଙ୍ଗୀ ମହୁରାଳି
କଣେଇ କଣେଇ
ଇଲିଶି କୁ ମାରେ ଆଖି ।
ଓଡ଼ିଆଙ୍କ ପ୍ରାଣ
ପଖାଳ କଂସାରେ
ହଂସା ରହି ଯିବ ଅଟକି ,
ବିଶ୍ବ ବୁଝି ଗଲା
ଟଙ୍କ ତୋରାଣିରେ
ଜଗା ରହେ କିଆଁ ଲଟକି ।
ପଖାଳ ଦିବସ
ରଖେ ମାନ ଯଶ
ଝରେ ଗୌରବ ବରଷା ,
ଅଂଶୁଘାତେ ଡର
ନଥିବ କାହାର
ପଖାଳକୁ କଲେ ଭରସା ।