STORYMIRROR

Debashis Pati

Inspirational

3  

Debashis Pati

Inspirational

ଅନ୍ଧକାର ପୂୂର୍ଣ୍ଣ ଜୀବନ

ଅନ୍ଧକାର ପୂୂର୍ଣ୍ଣ ଜୀବନ

1 min
219


ଅନ୍ଧକାର ପୂର୍ଣ୍ଣ ନୀରସ ଜୀବନରେ

ଖୋଜୁଥିଲି ଟିକେ ଆଲୋକର ଶୀଖା

ସେଇ ଖୋଜିବା ଭିତରେ

ହଠାତ୍ 

ମୋ ଆଖିକୁ ଚମକାଇ ଦେଲା

କ୍ଷୀଣ ଆଲୋକର ଶୀଖାଟିଏ।।


ଚମକିବା ତ ସ୍ବଭାବିକ ଥିଲା ନା

ଅନ୍ଧାରର ଚାରି କାନ୍ଥକୁ ହିଁ ଆଖି

ଟି ତା ଦୂନିଆ ଭାବିନେଇଥିଲା ।।


ଆଲୋକରଶୀଖାଟି ଯେତେ

ପାଖକୁପାଖକୁ ଆସୁଥାଏ

ମନର ସହରଟା ସେତିକି

ଚଳଚଞ୍ଚଳ ଲାଗୁଥାଏ

ମନେ ମନେ ଭାବୁଥାଏ

ସତରେ କଣ ମୋ ଦୂନିଆରେ

ଉଜ୍ବଳତା ଆସିବ? ।।


ଜାଣି ନଥିଲି ସେ ଆଲୋକର

ଅବଧି କେତେ ସମୟ ପାଇଁ

ମୋ ଜୀବନରେ ରହିବ

ତଥାପି ଗୋଟେ ଖୁସିର

ଚମକଟିଏ ମୋ ଆଖିକୁ

ଆଦ୍ର କରୁଥାଏ 

ଓଠ ରେ ହସର ଟୁକୁଡା

ଟିଏ ଆସୁଥାଏ ।।


ହେଲେ ପର ମୁହୂର୍ତ୍ତରେ କଣ

ଏମିତି ହେଲା କେଜାଣୀ

ଦଲକାଏ ପବନ ଝଡ ବେଗରେ

ଆସି ଲିଭାଇ ଦେଇ ଗଲା ସେଇ

ଆଲୋକର ଶୀଖାକୁ ।।


କିଛି ବୁଝିବା ଓ ଜାଣିବା ଆଗରୁ

ପୂଣି ଥରେ ଆବଦ୍ଧ ହୋଇ ରହିଗଲି

ସେଇ ଅନ୍ଧକାର ପୂର୍ଣ୍ଣ ନୀରସ ଜୀବନର

ଚାରିକାନ୍ଥ ଭିତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational