STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ବିଷାକ୍ତ ସହର

ବିଷାକ୍ତ ସହର

1 min
157


ଧିରେ ଧିରେ ବଦଳୁଛି ମୋ ସହର

କାଲି ସେ ଶାନ୍ତ ସରଳ ମନେ ହେଉଥିଲା

ହେଲେ ଆଜି ଅତ୍ଯନ୍ତ ଅଶାନ୍ତ ଅଥୟ

ଭୟ ସୃଷ୍ଟି କରେ ଏହାର ପ୍ରତିଟି ପ୍ରହର।


ଏକଦା ଚିର ସବୁଜ ବୃକ୍ଷ ରାଜିରେ ସଜା

ଆଜି କଂକ୍ରିଟ ମହଲରେ ଗଦା

ଅମ୍ଳଜାନ ବଦଳେ ଏଠି ବାୟୁମଣ୍ଡଳରେ

ଘୂରିବୁଲେ ପାଉଁଶ ଓ କଳାଧୂଆଁ।


ବିଜ୍ଞାନ ଓ ଆଧୁନିକତାର ଧ୍ବଜା ଉଡାଇ

ଚାଲେ ଏଠି ଅଶ୍ଳୀଳତାର ନଗ୍ନନୃତ୍ଯ

ଶରୀରର ଭୋକ ଅତି ଶସ୍ତାରେ ବିକ୍ରି ହୁଏ

ନାଳ ନର୍ଦ୍ଦମାରେ ମିଳେ ନବଜାତ।


ରାସ୍ତାରେ ବହେ ଏଠି ନର୍ଦ୍ଦମାର ପାଣି

ଚାରିଆଡେ ପ୍ଲାଷ୍ଟିକର ଶବ କୁଢ କୁଢ 

ସ୍ପଷ୍ଟ ଦିବାଲୋକରେ ଚାଲେ ଅପରାଧ

ଆଇନ ଶୃଙ୍ଖଳାର ଉଡାଇ ଧୂଳି ଝଡ।


ବର୍ଷା ଦିନେ ବି ପିଇବା ପାଣିର ହାହାକାର

ନାଳ ନର୍ଦମା ବହେ କିନ୍ତୁ ମାଠିଆ ଖାଲି

ଶିକ୍ଷା ,ସଂସ୍କୃତି ସବୁ ଲୋପପାଇ ଗଲାଣି

କଥା କଥାକେ ବାହାରେ ଆନ୍ଦୋଳନ ରାଲି।


ଦେଶ ବିଦେଶର ଚର୍ଚ୍ଚା ସବୁ ଛକ ଖଟିରେ

ପଡିଶା ଘର ଲୋକଟି ପଛେ ଅଚିହ୍ନା ଅଜଣା

ସଭିଏଁ ସଭିଙ୍କୁ ଫାନ୍ଦିବାକୁ ଜାଲ ବିଛାନ୍ତି

ସ୍ବାର୍ଥଲାଗି ମାନବିକତା ହେଉଥାଏ ବାଟବଣା।


ସର୍ବଦା ଆକର୍ଷଣ ର କେନ୍ଦ୍ର ବିନ୍ଦୁ ସହର

ଏବେ ସମ୍ପୁର୍ଣ ଭାବେ ବିଷାକ୍ତ ହେଇଗଲାଣି

 ସହରୀ ମଣିଷ ଆଉ ମଣିଷ ହେଇନାହାନ୍ତି

ଗରଳ ପାନ କରି କରି ଜୀବନ୍ତ ଶବ ହେଲେଣି।


Rate this content
Log in

Similar oriya poem from Inspirational