STORYMIRROR

linki barik

Inspirational Others

3  

linki barik

Inspirational Others

ଆଜି ଏ ସାଧାରଣତନ୍ତ୍ର ଦିବସେ

ଆଜି ଏ ସାଧାରଣତନ୍ତ୍ର ଦିବସେ

1 min
155

ମୁକ୍ତ ଭାରତର ସ୍ବାଧିନ ଗୀତିରେ

ପ୍ରକମ୍ପିତ ଆଜି ଧରା,

ବିଦ୍ୟମାନ ଆଜି ସ୍ବାଧିନ ହୃଦୟେ

ଶାନ୍ତି ମୈତ୍ରୀ ସଦଭାବନା ।


ସ୍ବାଧିନ ଚେତନା ଆମ ମୂଳମନ୍ତ୍ର

ପରାଧିନତାର ଶିକୁଳିରୁ ମୁକ୍ତ,

ସ୍ୱର୍ଣୀମ ଅକ୍ଷରେ ଲିପିବଦ୍ଧ

ଗାନ୍ଧି, ନେହେରୁ, ବୋଷ, ବାଜିରାଉତ ।


ଗଣତନ୍ତ୍ର ଶାସନ ପରିଚାଳିତ

ଆମ୍ବେଦକର ପ୍ରଚେଷ୍ଟା ବିଧି ବ୍ୟବସ୍ଥାରେ,

ଆଜି ଏ ଭାରତ ବର୍ଷ ଆବଦ୍ଧ

ଦେଶ ପ୍ରେମ ଏକତା ମନ୍ତ୍ରରେ ।


ପ୍ରତିମୂର୍ତ୍ତି ସ୍ଥାପନେ ଆମ୍ଭ କର୍ତ୍ତବ୍ୟ ନିହୀତ

ତାଙ୍କ ଆଦର୍ଶକୁ ଦେଇ ଜଳାଞ୍ଜଳି

ସ୍ୱାର୍ଥ ସାଧନେ ଆମ୍ଭେ ଲିପ୍ତ ।


ସେବା ମନବୃତ୍ତିର ନାହିଁ ଚିହ୍ନବର୍ଣ୍ଣ,

ତୁଚ୍ଛକୁ ସ୍ଵାଧୀନ ଧ୍ଵନିରେ ଜୟଗାନ ।


ମୁକ୍ତ ଭାରତର ସ୍ବାଧିନ ଗୀତିରେ

ପ୍ରକମ୍ପିତ ଆଜି ଧରା,

ବିଦ୍ୟମାନ ଆଜି ସ୍ବାଧିନ ହୃଦୟେ

ଶାନ୍ତି ମୈତ୍ରୀ ସଦଭାବନା ।



Rate this content
Log in

Similar oriya poem from Inspirational