STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ଦୁଇଧାର ଲୁହ

ଦୁଇଧାର ଲୁହ

1 min
163

ମୋର ଏକ ମାତ୍ର ସାଥି ମୋ ଦୁଇ ଧାର ଲୁହ

ନିରବତା ଭିତରେ ବାଣ୍ଟେ ମୋ ଅନ୍ତର କୋହ

କେବେ ଲୁଗା କାନିରେ ତ କେବେ ତକିଆରେ 

ତୁନି ତୁନି ମୋ ବେଦନାକୁ ସେ ଗାଇ ଯାଏ।


ଲୁହ ଅଶ୍ରୁ ଲୋତକ ଅନେକ ନାମ ତାହାର

ସୁଖରେ ଦୁଃଖରେ ନୟନୁ ବହେ ନିରନ୍ତର

କେବେ ନିବେଦନର ଅର୍ଥକୁ କରେ ସାର୍ଥକ

ପୁଣି କେବେ ବେଦନାରେ ନିରବ ସମର୍ଥକ।


ସେଇ ଦୁଇ ଧାର ଲୁହ ଦିଏ ମୋତେ ଶକ୍ତି

ଜଗାଏ ହୃଦୟେ ମୋହର ଅସୀମ ଭକ୍ତି

ଅନ୍ତରେ ଜଳାଏ ଆତ୍ମବିଶ୍ୱାସର ଜ୍ୟୋତି

ବୋହିଗଲା ପରେ ଦେଇ ଯାଏ ଚିର ଶାନ୍ତି।


କେତେ ବେଳେ ଆସେ ବିକଚାଳ ଚିତ୍କାର ସାଥେ

ଆଗମନ ପୁଣି କେବେ ଏକାନ୍ତ ନିରବତା ପଥେ

ଅନ୍ତରେ ଚାପି ଧରିଲେ କରୁଥାଏ ବ୍ୟତିବ୍ୟସ୍ତ

ବୋହିଗଲା ପରେ କିନ୍ତୁ ମନ ହେଇ ଯାଏ ଆଶ୍ୱସ୍ତ।


ଦୁଇ ଧାର ଲୁହର ସୀମା ମଧ୍ୟେ ସୀମିତ ଜୀବନ

କୁଆଁ କୁଆଁ ରାବ ଠାରୁ ଶେଷରେ ରାମ ନାମ

ଲହୁ ଲୁହ ମଧ୍ୟରେ ଗଢା ଏଇ ସଂସାର ନିୟମ

ଜିତେ ସିଏ ଯେ ଲୁହକୁ ଲହୁରେ କରେ ପରିବର୍ତ୍ତନ।


ତେଣୁ ଦୁଇ ଧାର ଲୁହକୁ କର ସଶକ୍ତ ଓ ଟାଣ

ଢାଲ ନୁହେଁ ତଲୱାରରେ କର ପରିବର୍ତ୍ତନ

ନ ହେଲେ ଏ ସମାଜ ଲୁହ ଦେଖି କରିବ ଶୋଷଣ

ମନୁଷ୍ୟରୁ ତୁମେ ପାଲଟି ଯାଉଥିବ ପାଷାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational